ଝାରସୁଗୁଡ଼ା: ପାଖେଇଲାଣି ଝାରସୁଗୁଡ଼ା ଉପନିର୍ବାଚନ। ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ନିଜ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି। ଵିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କ ଲୋକପ୍ରିୟତା ଓ ଜନ ସମର୍ଥନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗୋଷ୍ଠୀ ବିବାଦ ଯୋଗୁଁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦିନକୁ ଦିନ ଅଡୁଆ ପରିସ୍ଥିତିରେ ପଡୁଥିବା ଦେଖିବାକୁ ମିଳିଛି।
ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ଗାଁରେ ଓ ସହରାଞ୍ଚଳରେ ବିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କ ପ୍ରତି ବିପୁଳ ଜନ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ବାସିନ୍ଦା ଓ ମହିଳାମାନେ ଫୁଲ ଚନ୍ଦନ ଲଗାଇ ପଗଡି ଓ ଉତ୍ତରୀୟ ଦେଇ ବିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କୁ ସ୍ଵାଗତ ଜଣାଉଛନ୍ତି। ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ଆଜି ଝାରସୁଗୁଡ଼ା ସହରର ୱାର୍ଡ ନମ୍ବର ୧୦ ଅଞ୍ଚଳରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି।
ଆଜି ଦିପାଳୀ ବମ୍ବେ ଛକ ନିକଟରୁ ନିର୍ବାଚନ ପ୍ରଚାର ଆରମ୍ଭ କରି ଭୁଲିଆଟିକିରା, ବେହାରାମାଲ, ରାଧାମାଧବ, ନୁଆପଡା, ଗୁଜରାଟୀ କଲୋନୀ, ରାୟଗଡିଆ ଗଳି, ମଙ୍ଗଳବଜାର, ମ୍ୟୁନିସିପାଲଟି କଲୋନୀ, ଓଏମପି, ବିଟିଏମ କଲୋନୀ, ଝରିଆନାଲ, ପଞ୍ଚପଡା, ଆମଲିପାଲି ଓ ଏକତାଲି ଅଞ୍ଚଳରେ ଆଜି ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

