spot_img

Latest Posts

ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ପ୍ରସ୍ତୁତି ଜୋରଦାର

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି ଜୋରଦାର। ପାଣିପାଗ ବିଭାଗର ଆକଳନ ପରେ ସ୍ବତନ୍ତ୍ର ରିଲିଫ କମିଶନର ଓ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ବିଏମସି ପକ୍ଷରୁ ନିଆଯାଉଛି ଆଗୁଆ ସତର୍କତାମୂଳକ ପଦକ୍ଷେପ।

ଆଜି ଦିନ ୧୧ଟା ରେ ମେୟରଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ। ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଓ ପରବର୍ତ୍ତୀ କାଳରେ ପୁନରୁଦ୍ଧାର ଓ ଥଇଥାନ ଉପରେ ବିଏମସିର ନଜର। ଖାଲୁଆ ଅଞ୍ଚଳରେ କିଭଳି ପାଣି ଜମିବ ନାହିଁ ଏବଂ ନିଷ୍କାସନ କିଭଳି ତୁରନ୍ତ କରାଯିବ ସେଥିପାଇଁ ନିଆଯାଉଛି ପଦକ୍ଷେପ। ସମ୍ବେଦନଶୀଳ ତଥା ବିପଦଶଙ୍କୁଳ ଅବସ୍ଥାରେ ଥିବା କିଛି ସ୍ଥାନକୁ ଚିହ୍ନଟ କରି ସେଗୁଡିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ସେଥିପାଇଁ ନିର୍ଦେଶ ଦିଆଯାଇଛି। କର୍ପୋରେଟର, ୱାର୍ଡ କମିଟି, ପୂର୍ତ୍ତ ବିଭାଗ, ଡ୍ରେନେଜ, ଜାତୀୟ ରାଜପଥ ଓ ଅଗ୍ନିଶମ ବିଭାଗ ସହିତ ସମନ୍ୱୟ ରକ୍ଷା କରି ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ।

Latest Posts

Don't Miss