ବରିଷ୍ଠ ରାଜନେତା ବିଜୟ ମହାନ୍ତିଙ୍କ ବିୟୋଗରେ ସ୍ମୃତିସଭା

ଯାଜପୁର: ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ବିଜୟ ମହାନ୍ତିଙ୍କ ପରଲୋକରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏକାଦଶାହରେ ସ୍ଥାନୀୟ ଗଣେଶ ମଣ୍ଡପରେ ଶୋକସଭା ହୋଇଥିଲା । ବରିଷ୍ଠ ବିଜେଡି ନେତା କର୍ଣ୍ଣାଟକ କେଶରୀ ଦାସଙ୍କ ଆବାହକତ୍ୱରେ ସ୍ମୁତିସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ ସାଂସଦ ଶର୍ମିଷ୍ଠା ସେଠୀ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ, କୋରେଇ ବିଧାୟକ ଅଶୋକ ବଳ ଓ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ବିଜେଡି ସଭାନେତ୍ରୀ ସଂଯୁକ୍ତା ମହାନ୍ତି, ନରେଶ ମହାନ୍ତି, ଦଶରଥପୁର ବ୍ଲକ ଅଧ୍ୟକ୍ଷ ସୁଜାତା ସାହୁ, ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ, ବ୍ୟାସନଗର ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ମହାନ୍ତି, ପୂର୍ବତନ ଅଧ୍ୟକ୍ଷା ସବିତା ରାଉତ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ରଙ୍କ ସମେତ ରାଜ୍ୟର ବହୁ ବସଷ୍ଟାଣ୍ଡର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ଯୋଗଦେଇ ବିଜୟ ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ ।
ଗତ ୨୬ ତାରିଖ ସନ୍ଧ୍ୟାରେ ବିଜେଡି ନେତା ତଥା ଯାଜପୁର ପୋୖରପାଳିକାର ପୂର୍ବତନ ଉପନଗରପାଳ ସ୍ୱର୍ଗତ ବିଜୟ ମହାନ୍ତିଙ୍କ ପରଲୋକ ହୋଇଥିଲା । ')}