spot_img

Latest Posts

ରଙ୍ଗ ବଦଳାଇଲେ ରାନୁ ମଣ୍ଡଳ, ନାଲିପଡ଼ିଲା ପ୍ରଶଂସକଙ୍କ ମୁହଁ

ମୁମ୍ବାଇ: ଏଇ କିଛିଦିନର କଥା କୋଲକାତା ରେଳ ଷ୍ଟେସନର ଭିକ ମାଗୁଥିବା ଅଜଣା ଅପରିଚିତ ମହିଳା ଜଣଙ୍କ ରାତାରାତି ସୋସିଆଲ୍‌ ମିଡିଆରେ ଚର୍ଚ୍ଚିତ  ହୋଇଥିଲା  ନିଜର ସୁରିଲା କଣ୍ଠ ପାଇଁ ରାନୁମଣ୍ଡଲଙ୍କ ନାଁ ଘରେ ଘରେ ପରିଚିତ ହେଲା କିଏ କହିଲା ସୁପରଷ୍ଟାର ଆଉ କିଏ ହିମେଶ ରେଶମିୟାଙ୍କ ସହ ତାଙ୍କ ପ୍ରଥମ ଗୀତ ତେରିମେରିକୁ ନିଜ ରିଙ୍ଗଟୋନ୍ ରଖିଲା ସୁରସାମ୍ରାଜ୍ଞୀ ଲତାମଙ୍ଗେସକର ମଧ୍ୟ ରାନୁଙ୍କ ପ୍ରଶଂସାରେ ଶତମୂଖ ହେଲେ ଟିଭି ରିଆଲିଟି ଶୋ’ର ଅତିଥି ହିସାବରେ ପୁଣି କେତେବେଳେ ଛୋଟ ବଡ଼ ଇଣ୍ଟରଭ୍ୟୁ ମାଧ୍ୟମରେ ମିଡ଼ିଆରେ ଛାଇ ରହିଲେ ରାନୁ

ବିଭିନ୍ନ ପୋଜରେ ରାନୁ

ହେଲେ ଏବେ ରାନୁଙ୍କ ମିଠା କଣ୍ଠ ପାଇଁ ନୁହଁ ବରଂ ତାଙ୍କ ଖରାପ ବ୍ୟବହାର ପାଇଁ ସେ ଅନେକ ଚର୍ଚ୍ଚିତ ୫ନଭେମ୍ବରର ଘଟଣା, ରାନୁ ନିଜ ସହେଯାଗୀଙ୍କ ସହ ମଲ୍ ଯାଇଥିବା ବେଳେ ଜଣେ ମହିଳା ପ୍ରଶଂସକ ରାନୁଙ୍କ ପାଖକୁ ଉତ୍ସୁକତା ସହ ଦୈାଡ଼ିଆସିଥିଲେ ଭିଡ଼ଭିତରେ ରାନୁଙ୍କୁ ଛୁଇଁ ଏକ ସେଲଫି ପାଇଁ ଅନୁରୋଧ କରିଥିଲେ ଏତିକିବେଳେ ଭଡ଼କି ଯାଇଥିଲେ ରାନୁ ମଣ୍ଡଲ ମୁଁ ଏବେ ସେଲିବ୍ରିଟୀ ମୋତେ ଛୁଇଁବା ପୂର୍ବରୁ ଚିନ୍ତା କର କହିବା ସହ ବିରକ୍ତି ପ୍ରକାଶ କରିଥିଲେ ରାନୁ ତେବେ ଘଟଣାସ୍ଥଳରୁ ଫ୍ୟାନଜଣଙ୍କ ମୁଁହ ଶୁଖାଇ ଫେରିଯାଇଥିବା ବେଳେ ଉପସ୍ଥିତ ଭିଡ଼ଭିତରୁ କେହିଜଣେ ରାନୁଙ୍କର କଦର୍ଯ୍ୟ ବ୍ୟବହାରକୁ ଭିଡ଼ିଓ ଦ୍ୱାରା କଏଦ କରିଥିଲା ଯାହା ଏବେ ଭାଇରାଲ ହୋଇଛି ତେବେ ପ୍ରଶଂସକଙ୍କୁ ସେଲିବ୍ରିଟୀ ନଖରା ଦେଖାଇବା ଏକ ଚିରାଚରିତ କଥା ପାଲଟିଥିବା ବେଳେ ପୁଣି ଏକ ଘଟଣା ଏବେ ଚର୍ଚ୍ଚାରେ

')}

Latest Posts

Don't Miss