spot_img

Latest Posts

ଏକାମ୍ରକ୍ଷେତ୍ରରେ 5T ସଚିବ, ଯଜ୍ଞସ୍ଥଳ ପରିଦର୍ଶନ ସହ ପୂଜାର୍ଚ୍ଚନା କଲେ…

ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପ ପାଇଁ ଧୁମଧାମରେ ଚାଲିଛି ଭୂମିପୂଜନ। ଦ୍ବିତୀୟ ଦିନରେ ଅଗ୍ନି ସ୍ଥାପନ ସହ ଚାଲିଛି ଯଜ୍ଞ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଯଜ୍ଞରେ ଯୋଗଦେଇ ଶିଳାନ୍ୟାସ କରିବେ। ତା ପୂର୍ବରୁ ଆଜି ସଂଧ୍ୟାରେ ଓ ଆସନ୍ତାକାଲି ପାଇଁ ହୋଇଥିବା ବ୍ୟବସ୍ଥାର ସମୀକ୍ଷା କଲେ 5T ସଚିବ ଭିକେ ପାଣ୍ଡିଆନ୍‌।

ପ୍ରଥମେ ଆସି ଲିଙ୍ଗରାଜ ମନ୍ଦିର କାନ୍ଥରେ କରାଯାଇଥିବା ଲାଇଟ୍ ବ୍ୟବସ୍ଥା ଦେଖିଥିଲେ। ସେଠାରୁ ଯଜ୍ଞ ସ୍ଥଳୀ ଯାଇ ପୂଜାର୍ଚ୍ଚନା କରିଥିଲେ । ଯଜ୍ଞରେ ପୂର୍ଣ୍ଣାହୁତି ଦେଇଥିଲେ । ସେଠାରୁ ଯାଇ ହରପାର୍ବତୀଙ୍କ ନିକଟରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ ପାଣ୍ଡିଆନ୍‌। ସେଠାରେ ସେବାୟତଙ୍କ ସହ କଥାବାର୍ତ୍ତା ହୋଇ ଆଉ କଣ ବ୍ୟବସ୍ଥା କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ।

ଆସନ୍ତାକାଲିର କାର୍ଯ୍ୟକ୍ରମରେ ଲୋକଙ୍କ ବସିବା ପାଇଁ ହୋଇଥିବା ବ୍ୟବସ୍ଥାର ତଦାରଖ କରିଥିଲେ। ସେଠାରୁ ଭଜନ କାର୍ଯ୍ୟକ୍ରମ ଚାଲିଥିବା ସ୍ଥାନକୁ ଯାଇ ସଂକିର୍ତ୍ତନ କରୁଥିବା ଲୋକଙ୍କ ସହ ଆଲୋଚନା କରିଥିଲେ। ପରେ ପରେ ଭଜନ ମଣ୍ଡପରେ ହୋଇଥିବା ବ୍ୟବସ୍ଥା ଦେଖିଥିଲେ। ସେଠାରୁ ମାର୍କେଟ କମ୍ପ୍ଲେକ୍ସ ଯାଇ ଲିଙ୍ଗରାଜଙ୍କର ହେଉଥିବା ଲାଇଟ୍ ଶୋ ଦେଖିଥିଲେ। ଶେଷରେ ଆସନ୍ତାକାଲି ପାଇଁ ହୋଇଥିବା ପାର୍କିଂ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଫେରିଯାଇଥିଲେ 5T ସଚିବ ଭିକେ ପାଣ୍ଡିଆନ୍‌।

Latest Posts

Don't Miss