spot_img

Latest Posts

ଆଜି ଏକାମ୍ର ପ୍ରକଳ୍ପର ଭିତ୍ତି ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବେଦ, ମନ୍ତ୍ର ଓ ପୂଜାପାଠରେ କମ୍ପୁଛି ଏକାମ୍ରକ୍ଷେତ୍ର । ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଏକାମ୍ର କ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ ଅନୁସାରେ ଆରମ୍ଭ ହେବ କାମ । ଆହୁରି ଭବ୍ୟ ଓ ସୁନ୍ଦର ହେବ ଦେଶର ଏ ପ୍ରମୁଖ ଶୈବପୀଠ । ଏକାମ୍ର କ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ ପାଇଁ ଆଜି ହେବ ଶିଳାନ୍ୟାସ । ଆଧ୍ୟତ୍ମିକ ପରିବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିଳା ଶୋଧନମ, ଶିଳା ପ୍ରତିଷ୍ଠା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶିଳାନ୍ୟାସ କରାଯିବ । ଏହି ପ୍ରକଳ୍ପ ପାଇଁ ଜମି ଦେଇଥିବା ୧୦୧ ସେବାୟତ ଓ ଅନ୍ୟ ପରିବାରଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଭୋର ୫.୧୦ରେ ଯଜ୍ଞସ୍ଥଳୀରେ ପହଞ୍ଚି ପ୍ରଥମ ଶିଳା ସ୍ଥାନକୁ ନିରୀକ୍ଷଣ କରି ସେମାନେ ଯଜ୍ଞ ସ୍ଥଳୀ ଯାଇଥିଲେ । ସେଠାରେ ସମସ୍ତ ବ୍ୟବସ୍ଥାକୁ ତଦାରଖ କରିଥିଲେ । ପ୍ରକଳ୍ପ କାର୍ଯ୍ୟ ନେଇ ଉପଦେଷ୍ଟା କମିଟି ଅଧ୍ୟକ୍ଷ ଟିକନିକ ଆଲୋଚନା କରିଥିଲେ 5T ସଚିବ ।

ଯଜ୍ଞ ସ୍ଥଳୀରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ 5T ସଚିବ ହାତ ଯୋଡ଼ି ମହାପ୍ରଭୁଙ୍କ ଆଶିଷ କାମନା କରିଥିଲେ । ଏହାପରେ ସେଠାରେ ଉପସ୍ଥିତ ପୂଜକମାନେ ଶ୍ଳୋକ ପାଠ କରି ମନ୍ତ୍ରମୁଗ୍ଧ ପରିବେଶ ସୃଷ୍ଟି କରିଥିଲେ, ଯଜ୍ଞ ସ୍ଥଳୀରେ ଉପସ୍ଥିତ ଯଜ୍ଞ ଆଚାର୍ଯ୍ୟମାନଙ୍କ ଭଲମନ୍ଦ ବି ସେ ପଚାରି ବୁଝିବା ପରେ ଯଜ୍ଞ କୁଣ୍ଡ ପାଖରେ ପ୍ରାର୍ଥନା କରି ହୋମକୁଣ୍ଡରେ ଘିଅ ଅର୍ପଣ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ ଉପାଧ୍ୟକ୍ଷ ବଲବନ୍ତ ସିଂ, ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଳାଙ୍ଗେ, ଖୋର୍ଦ୍ଧା ଜିଲ୍ଲା କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

 

Latest Posts

Don't Miss