spot_img

Latest Posts

PUBGରୁ ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ିଲେ ପାକିସ୍ତାନୀ ମହିଳା, ୪ ସନ୍ତାନଙ୍କୁ ଧରି ଆସିଲେ ଭାରତ

ନୂଆଦିଲ୍ଲୀ: ପ୍ରେମ ଦେଖେନି ଜାତି, ଧର୍ମ । ପ୍ରେମ କେତେବେଳେ, କେଉଁ ମୁହୂର୍ତ୍ତରେ ହୋଇପାରେ । ଫେସବୁକ୍, ଇନଷ୍ଟାଗ୍ରାମରୁ ଲୋକେ ପ୍ରେମରେ ପଡୁଥିବା କଥା ଶୁଣିଥିବେ। କିନ୍ତୁ ମାରଧାଡ୍ ବାଲା ଆକ୍ସନ ଗେମ୍ ପବଜିରୁ ପ୍ରେମ.. ତା ପୁଣି ସୀମାପାର ପ୍ରେମ । ଶୁଣିବାକୁ ତାଜୁବ ଲାଗିଲେ ବି ଏହା ସତ । ପବଜୀ ପ୍ରେମରୁ ସତସତିକା ପ୍ରେମରେ ପାଗଳି ହୋଇ ଜଣେ ୪ ପିଲାର ମା’ ପାକିସ୍ତାନରୁ ଭାରତ ଚାଲି ଆସିଛନ୍ତି । ହୁଏତ୍ ଆପଣଙ୍କୁ ଏହା ସିନେମାର କାହାଣୀ ପରି ଲାଗୁଥିବ । କିନ୍ତୁ ସତ ଜୀବନରେ ଘଟିଛି ଏଭଳି ଘଟଣା।

ଗ୍ରେଟର ନୋଏଡାରେ ଠିକ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । PUBG ଖେଳୁ ଖେଳୁ ପ୍ରେମରେ ପଡିଥିଲେ ପାକିସ୍ତାନର ଏହି ବିବାହିତା ମହିଳା। ସ୍ଥିତି ଏଭଳି ହେଲା ଯେ, ନିଜର ୪ ଶିଶୁକୁ ଧରି ଭାରତରେ ରହୁଥିବା ପ୍ରେମିକ ପାଖରେ ପହଞ୍ଚିଥିଲେ ମହିଳା ଜଣକ। ପ୍ରେମରେ ପାଗଳ ଏହି ମହିଳା ଜଣକ ନେପାଳ ଦେଇ ଚାରି ପିଲାଙ୍କ ସହ ପାକିସ୍ତାନରୁ ଭାରତ ଆସିଲେ। ଏହି ମହିଳାଙ୍କ ବୟସ ୩୦ ବର୍ଷରୁ କମ୍ ହେବ ବୋଲି ସୂଚନା ମିଳିଛି।

ଗ୍ରେଟର ନୋଏଡାର ରବୁପୁରା ସହରର ବାସିନ୍ଦା ସଚିନ୍ ଏକ ତେଜରାତି ଦୋକାନରେ କାମ କରୁଥିଲେ। ତେବେ ସେ ପବଜୀ ଖେଳିବାକୁ ଭଲ ପାଉଥିଲେ। ଏହି ଖେଳ ସମୟରେ ସେ ପାକିସ୍ତାନର ବାସିନ୍ଦା ସୀମା ହୈଦରଙ୍କ ସମ୍ପର୍କରେ ଆସିଥିଲେ । ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବଢ଼ିବା ସହ କିଛି ଦିନ ପରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ମହିଳାଜଣକ ପ୍ରେମରେ ଏତେ ପାଗଳ ହୋଇ ଯାଇଥିଲେ ଯେ ସେ ସଚିନଙ୍କ ପାଇଁ ପାକିସ୍ତାନରୁ ଭାରତ ପଳାଇ ଆସିଥିଲେ।

ଖାଲି ଏତିକି ନୁହେଁ ଦୁହେଁ ଗ୍ରେଟର ନୋଏଡାରେ କିଛି ଦିନ ଏକାଠି ମଧ୍ୟ ରହିଥିଲେ । ଦୁହେଁ ବିବାହ କରିବାକୁ ସଜବାଜ ହେଉଥିବା ବେଳେ ପୋଲିସକୁ କୌଣସି ସୁତ୍ରରୁ ଖବର ମିଳିଥିଲା । ଦୁହେଁ ହରିୟାଣାର ବଲ୍ଲଭଗଡ଼ ଅଭିମୁଖେ ଯାଉଥିବା ବେଳେ ପୋଲିସ ଦୁହିଁଙ୍କୁ ଅଟକାଇଥିଲା । ତେବେ ପ୍ରେମ ସମ୍ପର୍କ ନା ହନି ଟ୍ରାପ୍, ବିଭିନ୍ନ ଦିଗକୁ ନେଇ ପୋଲିସ ସେମାନଙ୍କୁ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି ।

Latest Posts

Don't Miss