spot_img

Latest Posts

ଏନଡିଏକୁ ଫେରିବେ ଚିରାଗ, ପାଟନାରେ ଆଲୋଚନା

ପାଟନା : ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ –ଏନଡିଏକୁ ଲୋକ ଜନଶକ୍ତି ପାର୍ଟି(ଆର)ର ପୁଣି ଘର ୱାପସୀ ହେବାକୁ ଯାଉଛି। ନୀତିଶଙ୍କୁ ଆଗାମୀ ୨୦୨୪ ନିର୍ବାଚନରେ କାଉଣ୍ଟର କରିବାକୁ ସାଥି ଖୋଜୁଥିବା ବିଜେପି ଚିରାଗଙ୍କୁ ପୁଣି ଘରକୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି। ଏହି କ୍ରମରେ ରବିବାର ଦିନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ପାଟନାରେ ଚିରାଗ ପାଶ୍ୱାନଙ୍କୁ ସାକ୍ଷାତ କରିଛି। ଲୋକ ଜନଶକ୍ତି ପାର୍ଟି(ଆର)ର ହାଇଲେଭଲ ମିଟିଂ ପରେ ଚିରାଗ ନିତ୍ୟାନନ୍ଦ ରାୟଙ୍କୁ ସାକ୍ଷାତ କରିଛନ୍ତି।

୨୦୨୪ ନିର୍ବାଚରନେ ବିଜେପି ସହିତ ମେଣ୍ଟ କରାଯିବା କି ନାହିଁ ତାକୁ ନେଇ ଦଳର ମିଟିଂ ହୋଇଥିଲା। ମିଟିଂରେ ଦଳର ସବୁ ବରିଷ୍ଠ ନେତା ଯୋଗ ଦେଇଥିଲେ। ବୈଠକରେ ଏନଡିଏରେ ଯୋଗ ଦେବା ଉପରେ ଅନ୍ତିମ ନିଷ୍ପତି ନେବାର କ୍ଷମତା ଚିରାଗଙ୍କୁ ଦିଆଯାଇଛି।

ଏନଡିଏରେ ଯୋଗ ଦେବା ନେଇ ଅଧିକ ଆଲୋଚନା ପାଇଁ ଚିରାଗ ଦିଲ୍ଲୀ ଯାତ୍ରା କରିଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ମନ୍ତ୍ରୀ ହେବା ମୋର ପ୍ରାଥମିକତା ନୁହେଁ। ଏନଡିଏରେ ଯୋଗ ଦେବା ନେଇ ନିଷ୍ପତି ପୂର୍ବରୁ ଲମ୍ବା ଆଲୋଚନା ଚାଲିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ରାମବିଳାଶ ପାଶ୍ୱାନଙ୍କ ମୃତ୍ୟୁ ପରେ ଚିରାଗଙ୍କ ବିରୋଧରେ ତାଙ୍କ ଦାଦାଙ୍କ ନେତୃତ୍ୱରେ ଦଳ ଭିତରେ ବିଦ୍ରୋହ ହୋଇଥିଲା। ଏହାପରେ ଦଳ ଭାଗଭାଗ ହୋଇଯାଇଥିଲା। ଚିରାଗଙ୍କ ପାଇଁ ଜନତାଦଳକୁ ନିର୍ବାଚନରେ କ୍ଷତି ସହିବାକୁ ପଡିଲା ବୋଲି ଅଭିଯୋଗ କରିଥିଲେ ନିତୀଶ। ନୀତିଶଙ୍କୁ ଅଧିକ ଗୁରୁତ୍ୱ ଦେଇ ବିଜେପି ଚିରାଗଙ୍କୁ ଆଡେଇ ଦେଇଥିଲା। ପରେ ନିତୀଶ ବିଜେପି ସହିତ ମେଣ୍ଟ ଭାଙ୍ଗି କଂଗ୍ରେସ ଓ ଆରଜେଡି ସମର୍ଥନରେ ସରକାର ଗଠନ କରିଥିଲେ।

Latest Posts

Don't Miss