spot_img

Latest Posts

ବଦଳିଲା ଟ୍ବିଟର ଲୋଗୋ, X.com ଟାଇପ କଲେ ଖୋଲିବ ଟ୍ୱିଟର ପେଜ୍

ନନ୍ଦିଘୋଷ ବ୍ୟୁରୋ: ନୀଳ ପକ୍ଷୀ ଜାଗାରେ ଏକ୍ସ । ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟରର ଲୋଗୋ ବଦଳାଇଲେ ଏଲନ ମସ୍କ । ଏହାଛଡ଼ା ଟୁଇଟର ନାଁକୁ ମଧ୍ୟ ସଂପୂର୍ଣ୍ଣ ହଟାଇବାକୁ ନିଷ୍ପତ୍ତି ହୋଇଛି । ଏଣିକି ୱେବସାଇରେ X.com ଟାଇପ କଲେ ଖୋଲିବ ଟ୍ୱିଟର ପେଜ୍। ଟ୍ୱିଟର ପ୍ଲାଟଫର୍ମକୁ ଏକ ସୁପର ଆପ୍ ଭାବେ ବିକଶିତ କରିବାକୁ ମସ୍କ ଏହି ନିଷ୍ପତ୍ତି ନେଇଛନ୍ତି।

ଏହି ଆପକୁ ଏକ୍ସ ଭାବେ ବିକଶିତ କରିବା ସହ ଏଥିରେ ସୋସିଆଲ ମିଡିଆ ସାଙ୍ଗକୁ ଟାକ୍ସି ବୁକିଂ, ସପିଂ, ପେମେଣ୍ଟ ଆଦି କରିବା ଅପସନ ରଖାଯାଇଥିବା କୁହାଯାଉଛି । ଏବେ ଏହି ପ୍ଲାଟଫର୍ମ ଏକ୍ସ କର୍ପୋରେସନ କମ୍ପାନୀ ଅଧୀନରେ ରହିବ । ଏହା ଟ୍ୱିଟରର ପ୍ୟାରେଣ୍ଟ କମ୍ପାନୀ ହେବ । ୧୯୯୯ ମସିହାରେ ମସ୍କ ଏକ୍ସ ଡଟ କମ୍‌ କମ୍ପାନୀ ଗଢିଥିଲେ । ଏବେ ଟ୍ୱିଟରର ୨ ଶହ ମିଲିୟନ ଆକଟିଭ ୟୁଜର୍ସ ଅଛନ୍ତି । ୨୦୨୨ରେ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣିଥିଲେ ଟେସଲା ଟାଇକୁନ ଏଲନ ମସ୍କ ।

Latest Posts

Don't Miss