spot_img

Latest Posts

ଜି 20 ଶିଖର ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିବାରେ ଲାଗିଛନ୍ତି ବିଶ୍ବ ନେତା

ନୂଆଦିଲ୍ଲୀ: ଗ୍ରୁପ-୨୦ ସମ୍ମିଳନୀ ଲାଗି ଦିଲ୍ଲୀରେ ପହଞ୍ଚିବାରେ ଲାଗିଛନ୍ତି ବିଶ୍ବ ନେତା। ଆଜି ପହଞ୍ଚିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବେର୍ଟୋ ଫର୍ଣ୍ଣାଣ୍ଡିଜ, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି, ଆଫ୍ରିକା ୟୁନିଅନ ରାଷ୍ଟ୍ରପତି ଆଜାଲି ଆସୁମନି।
ସେହିପରି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ, ଋଷ ବୈଦେଶିକ ମନ୍ତ୍ରୀ ସର୍ଜେଇ ଲାଭରୋଭ ପ୍ରମୁଖ ପହଞ୍ଚିଛନ୍ତି ।

ଏହି ସମ୍ମିଳନୀରେ ବିଶ୍ବ ରାଜନୈତିକ ସ୍ଥିତି, ଅର୍ଥନୈତିକ ବ୍ୟବସ୍ଥା, ଖାଦ୍ୟ ଓ ଶକ୍ତି ପ୍ରସଙ୍ଗ, ବିଭିନ୍ନ ପ୍ରସଙ୍ଗକୁ ନେଇ ଚାଲିଥିବା ଉତ୍ତେଜନା ଆଦି ପ୍ରସଙ୍ଗରେ ଆଲୋଚନା ହେବ। ବୈଠକରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ସ୍ପେନ ରାଷ୍ଟ୍ରପତି ପେଦ୍ରୋ ସାଞ୍ଚେଜ, ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେସ ମାନୁଏଲ ଲୋପେଜ ଯୋଗଦେବେ ନାହିଁ।

ଏହି ସମ୍ମିଳନୀରେ ସମ୍ମିଳନୀରେ ୩୦ଟି ଦେଶର ରାଷ୍ଟ୍ରମୁଖ୍ୟ, ୧୪ଟି ଆନ୍ତର୍ଜାତିକ ସଂଗଠନର ମୁଖ୍ୟ ଯୋଗଦେଉଛନ୍ତି। ଏହି ସମ୍ମିଳନୀରେ ଆମେରିକା, ସାଉଦିଆରବ, ଭାରତ ଓ ୟୁନାଇଟେଡ ଆରବ ଏମିରେଟସ ପକ୍ଷରୁ ଭିତ୍ତିଭୂମି ସଂକ୍ରାନ୍ତ ଚୁକ୍ତି ହେବା ଆଶା ରହିଛି। ଉପସାଗରୀୟ ରାଷ୍ଟ୍ରକୁ ରେଳଲାଇନ ସଂଯୋଗ ନେଇ ଏହି ଚୁକ୍ତିରେ କ୍ଷେତ୍ର ପ୍ରସ୍ତୁତ କରାଯିବ।

Latest Posts

Don't Miss