spot_img

Latest Posts

ଆଜିଠୁ ଦୁଇ ଦିନ ଜି-୨୦ ଶିଖର ସମ୍ମିଳନୀ, ନୂଆଦିଲ୍ଲୀରେ ପହଞ୍ଚିସାରିଲେଣି ବିଶ୍ବନେତା

ନୂଆଦିଲ୍ଲୀ: ଶନିବାରଠାରୁ ଦୁଇ ଦିନ ଧରି ନୂଆଦିଲ୍ଲୀରେ ଜି୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ । ବିଶ୍ୱର କୋଣ ଅନୁକୋଣରୁ ରାଜନୈତିକ ପ୍ରତିନିଧି, ଆନ୍ତର୍ଜାତିକ ସଂଗଠନର ପ୍ରତିନିଧି ଓ ଅନ୍ୟ ବିଶ୍ୱ ନେତୃବୃନ୍ଦ ଯୋଗ ଦେଉଛନ୍ତି ।  ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଅତିଥିମାନେ ପ୍ରାୟ ଆସିସାରିଲେଣି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣାଣ୍ଡିଜ, ନାଇଜେରିଆର ରାଷ୍ଟ୍ରପତି, ମରିସସ ପ୍ରଧାନମନ୍ତ୍ରୀ, ଇଟାଲୀ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରମୁଖ ନୂଆଦିଲ୍ଲୀରେ ପହଂଚି ସାରିଛନ୍ତି। ଅନ୍ୟପକ୍ଷରେ ମେକ୍ସିକୋର ଅର୍ଥମନ୍ତ୍ରୀ, ୟୁରୋପ କମିଶନର ଅଧ୍ୟକ୍ଷ, ୟୁରୋପ ପରିଷଦର ଅଧ୍ୟକ୍ଷ, ଓଇସିଡି ମହାସଚିବ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦ୍ଦେଶକ ଏବଂ ବିଶ୍ୱ ବାଣିଜ୍ୟ ସଂଗଠନର ମହାନିର୍ଦ୍ଦେଶକ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସି ପହଂଚିଛନ୍ତି ।

ସମସ୍ତ ଅତିଥିମାନଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯିବା ସହ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ୟୁକ୍ରେନ ଯୁଦ୍ଧ, ସ୍ବଚ୍ଛ ଶକ୍ତି, ଜଳବାୟୁ ପରିବର୍ତ୍ତନ, ଦାରିଦ୍ର୍ୟ ଦୂରୀକରଣ ଆଦି ପ୍ରସଙ୍ଗରେ ବିଶ୍ବ ନେତା ଆଲୋଚନା କରିବେ । ଭାରତ ଓ ଆମେରିକା ମଧ୍ୟରେ ଜିଇ ଇଞ୍ଜିନ, ପ୍ରିଡେଟର ଡ୍ରୋନ, ୫ଜି ଓ ୬ଜି ସ୍ପେକ୍ଟ୍ରମ, ଆଧୁନିକ ପ୍ରଯୁକ୍ତି, ବେସାମରିକ ଆଣବିକ କ୍ଷେତ୍ର ପ୍ରସଙ୍ଗରେ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି ।

Latest Posts

Don't Miss