spot_img

Latest Posts

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଇକୋନମିକ କରିଡରର ହେଲା ଘୋଷଣା, ଚୀନକୁ ମିଳିବ ଜବାବ

ନୂଆଦିଲ୍ଲୀ: ଭାରତ, ଆମେରିକା, ସାଉଦୀ ଆରବ ଏବଂ ୟୁରୋପୀୟ ସଂଘ ଶନିବାର ଜି-୨୦ ଶିଖର ସମ୍ମିଳନୀ ଅବସରରରେ ଏକ ବହୁରାଷ୍ଟ୍ରୀୟ ରେଳ ଏବଂ ବନ୍ଦର ପରିକଳ୍ପନାର ଘୋଷଣା କରିଛନ୍ତି । ଏହି ଘୋଷଣାକୁ ଚୀନର ମହତ୍ତ୍ୱାକାଂକ୍ଷୀ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ)କୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏହି ଘୋଷଣାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ, ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଏବଂ ୟୁରୋପୀୟ ସଂଘର ନେତାଙ୍କ ସହ ଏହି ମେଗା ଭିତ୍ତିଭୂମି ଚୁକ୍ତି ଘୋଷଣା କରିଛନ୍ତି ।

ଏହି ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡରର ଶୁଭାରମ୍ଭ ଏବଂ ବୈଶ୍ୱିକ ଭିତ୍ତିଭୂମିରେ ପୁଞ୍ଜି ବିନିଯୋଗ ପାଇଁ ମିଳିତ କାର୍ଯ୍ୟକ୍ରମର ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମୋର ମିତ୍ର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମୋତେ ଏହି ଆୟୋଜନର ଅଧ୍ୟକ୍ଷତା କରି ବହୁତ ଖୁସି ଅନୁଭବ ହେଉଛି । ଆଜି ଆମେ ସମସ୍ତେ ଏକ ମହତ୍ତ୍ୱପୂର୍ଣ୍ଣ ଏବଂ ଐତିହାସିକ ଚୁକ୍ତିନାମା ହୋଇଥିବା ଦେଖିଛୁ । ଆଗାମୀ ସମୟରେ ଏହା ଭାରତ, ପଶ୍ଚିମ ଏସିଆ ଏବଂ ୟୁରୋପ ମଧ୍ୟରେ ଅର୍ଥନୈତିକ ଏକୀକରଣର ଏକ ପ୍ରଭାବଶାଳୀ ମାଧ୍ୟମ ହେବ ।

ଏହା ସମଗ୍ର ବିଶ୍ୱର ସଂଯୋଗ ଏବଂ ସ୍ଥାୟୀ ବିକାଶ ପାଇଁ ଏକ ନୂତନ ଦିଗ ଦେବ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଏହି ଚୁକ୍ତି ବାସ୍ତବରେ ଏକ ବଡ଼ ଚୁକ୍ତି । ଏହା ବାସ୍ତବରେ ଏକ ବଡ଼ କଥା । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ହେଉଛି ଜି-୨୦ ଶିଖର ସମ୍ମିଳନୀର କେନ୍ଦ୍ରବିନ୍ଦୁ । ଏବଂ ଅନେକ ଉପାୟରେ ଏହି ମଧ୍ୟ ଏହି ସହଭାଗିତାର କେନ୍ଦ୍ରବିନ୍ଦୁ ଯାହା ବିଷୟରେ ଆମେ ଆଜି କହୁଛୁ ।

Latest Posts

Don't Miss