spot_img

Latest Posts

ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା

ଅନୁଗୁଳ: ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ଗାଁରେ । ମୃତ ଯୁବକ ଜଣଙ୍କ ହେଲେ ସେହି ଗାଁର ସୋମ୍ୟ ରଞ୍ଜନ ବେହେରା । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ ଟା ବେଳେ ସୋମ୍ୟରଞ୍ଜନ ଖାଇ ସାରି ରାସ୍ତାରେ ଠିଆ ହୋଇଥିଲେ । ସେହି ସମୟରେ ରାସ୍ତାରେ ମଦ୍ୟପାନ କରି ବୁଲୁଥିବା ସୁଶାନ୍ତ ସାହୁ ନାମଙ୍କ ଜଣେ ଯୁବକଙ୍କ ସହ ତାଙ୍କର ସାମାନ୍ୟ ଯୁକ୍ତିତର୍କ ହୋଇଥିଲା।

ତେବେ ସୋମ୍ୟ ରଞ୍ଜନ ତାଙ୍କ ସହ ବେଶୀ ଯୁକ୍ତିତର୍କ ନକରି ପଳାଇ ଯାଉଥିବା ବେଳେ ହଠାତ ସୁଶାନ୍ତ ଏକ ଠେଙ୍ଗାରେ ସୋମ୍ୟଙ୍କ ମୁଣ୍ଡ ପଛକୁ ବାଡେଇ ଦେଇଥିଲେ। ସୋମ୍ୟ ତଳେ ପଡି ଯାଇଥିବା ବେଳେ ଠେଙ୍ଗାରେ ସୁଶାନ୍ତ ଆହୁରି ବାଡେଇବା ସହ ନିକଟରେ ଥିବା ଏକ ପୋଖରୀକୁ ଠେଲି ଦେଇ ପଳାଇ ଯାଇଥିଲେ।

https://youtu.be/F206ETaPaL0?si=FvP6NgSeNuJLrz2P

ଗାଁର ଅନ୍ୟ ଦୁଇଜଣ ଯୁବକ ଏହା ଦେଖି ଗଭୀର ପାଣିରୁ ସୌମ୍ୟଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ସୋମ୍ୟଙ୍କୁ ପ୍ରଥମେ ଅନୁଗୁଳ ଓ ପରେ କଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ କଟକରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଦିବ୍ୟଙ୍କର ମୃତ୍ୟୁ ପରେ ପରିବାର ପକ୍ଷରୁ ଅନୁଗୁଳ ସଦର ଥାନାରେ ଏ ନେଇ ଅଭିଯୋଗ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି ।

Latest Posts

Don't Miss