spot_img

Latest Posts

ଢେଙ୍କାନାଳରେ ପୁଣି ସକ୍ରିୟ ଖଣି ମାଫିଆ

ଢ଼େଙ୍କାନାଳ: ଢେଙ୍କାନାଳରେ ପୁଣି ସକ୍ରିୟ ଖଣି ମାଫିଆ। ଖୁଲମ ଖୁଲ୍ଲା ଚଳାଇଛନ୍ତି ଖଣିଜ ଦ୍ରବ୍ୟ ଚୋରି। ଖଣିଜ ଦ୍ରବ୍ୟ ଖଣିରୁ ଉତୋଳନ ପାଇଁ ବେଆଇନ ଭାବେ ବ୍ଲାଷ୍ଟିଂ ସାମଗ୍ରୀ ରଖିଥିବା ଓ ବେଆଇନ ଚାଲାଣ ଘଟଣା ଏବେ ପଦାକୁ ଆସିଛି। ଯାହାକୁ ନେଇ ଜିଲ୍ଲାପ୍ରଶାସନ ଓ ପୋଲିସ ପକ୍ଷରୁ ଖଣି ମାଫିଆଙ୍କ ପ୍ରତି ଦିଆ ଯାଇଛି ଯୁଦ୍ଧମଦେହି ଡାକରା।

ପୁଣି ମାତିଲେ ଖଣି ମାଫିଆ । ଖଣି ଚୋରି ସହ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ବିସ୍ଫୋରକ ସାମଗ୍ରୀ ବିକ୍ରି। କଳା କାରବାରରେ ରୋକ ଲଗାଇବାକୁ ଢେଙ୍କନାଳ ପ୍ରଶାସନର ଧରପଗଡ ଅଭିଯାନ। ପୋଲିସର ଆକ୍ସନରେ ଛାନିଆ ଖଣି ଚୋର।  ପୁଣି ଢେଙ୍କନାଳରେ ମୁଣ୍ଡ ଉଠାଇଥିବା ଖଣି ମାଫିଆଙ୍କୁ ସାବାଡ଼ କରିବାକୁ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଏସପି। ପୁଣି ଖଣି ଖାଦାନ ଉପରେ ହୋଇଛି ମାରାଥନ ଚଢ଼ାଉ। ଏଥିରେ ବିପୁଳ ପରିମାଣର ବିସ୍ଫୋରକ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ । କିଛିଦିନ ତଳେ ଗୁଡ଼ିଆ କାଟେନଣୀ ଅଞ୍ଚଳର ଏକ ଘରୁ ବହୁ ପରିମାଣର ବିସ୍ପୋରକ ଜବତ କରିଥିଲା ଏସଟିଏଫ୍ । ପ୍ରଶାସନର ଆକ୍ସନକୁ ବୁଦ୍ଧିଜୀବୀଙ୍କ ମହଲରେ ସ୍ବାଗତ କରାଯାଇଛି ।

ବିଶେଷ କରି ହିନ୍ଦୋଳ , ଗନ୍ଦିଆ, ସଦର, ଓଡ଼ାପଡ଼ା ତହସିଲ ଅଞ୍ଚଳରେ ଖଣି ମାଫିଆ ସକ୍ରିୟ ରହିଛନ୍ତି  । ବିରାଟ ବିରାଟ ପାହାଡ କାଟିବା ସହିତ 80 ଫୁଟ ମାଟି ତଳକୁ ବିସ୍ପୋରଣ କରି କଳା ମୁଗୁନି ପଥରକୁ ମୋଟା ଅଙ୍କରେ ଅନ୍ୟ ଜିଲ୍ଲା ତଥା ରାଜ୍ୟକୁ ଚାଲାଣ କରୁଛନ୍ତି । କିଛି ଦୁର୍ନୀତିଖୋର ସରକାରୀ କର୍ମଚାରୀ ଏମାନଙ୍କୁ ସହଯୋଗ କରୁଥିବା ଅଭିଯୋଗ ହୋଇଛି  । ଏନେଇ ଜିଲ୍ଲାପାଳ ଏକ ସ୍ବତନ୍ତ୍ର କମିଟି ଗଠନ କରି ଯାଞ୍ଚ କରିବା ସହିତ ନିଜେ ବୁଲି ଖଣି ଗୁଡ଼ିକ ତଦାରଖ କରୁଛନ୍ତି ।

 

Latest Posts

Don't Miss