spot_img

Latest Posts

ଧର୍ମଗୁରୁଙ୍କ ଚାପରେ ପଡ଼ି ମତ ବଦଳାଇଲେ ପାକିସ୍ତାନର ପ୍ରଫେସର

ଇସଲାମବାଦ: ଧର୍ମଗୁରୁଙ୍କ ଚାପରେ ପଡ଼ି ମତ ବଦଳାଇଲେ ପାକିସ୍ତାନର ଜଣେ ପ୍ରଫେସର। ପାକିସ୍ତାନର  ବାନ୍ନୁସ୍ଥିତ ସରକାରୀ ପୋଷ୍ଟ ଗ୍ରାଜୁଏଟ କଲେଜର ସହକାରୀ ପ୍ରଫେସର ଶେର ଅଲିଙ୍କୁ ମୁଲ୍ଲା କରିଛନ୍ତି ଟାର୍ଟେଟ। ପ୍ରାଣୀବିଜ୍ଞାନର ପ୍ରଫେସର ଶେର ଅଲି ଡାରଉଇନଙ୍କ ବିବର୍ତ୍ତନବାଦ ପଢାଉଥିବାବେଳେ ଡାରଉଇନଙ୍କ ତତ୍ତ୍ବକୁ ନେଇ ହୋଇଛନ୍ତି ରୋଷର ଶିକାର । ଏପରିକି ଏକ ଷ୍ଟାମ୍ପ ପେପରରେ ଲେଖାଯାଇଥିବା କ୍ଷମାପ୍ରାର୍ଥନା ବାର୍ତ୍ତାକୁ ସେ ପଢିବା ଲାଗି ବାଧ୍ୟ ହୋଇଛନ୍ତି।

ଷ୍ଟାମ୍ପ ପେପରରେ ଲେଖାଥିଲା- ସମସ୍ତ ବୈଜ୍ଞାନିକ ଓ ହେତୁବାଦୀ ଚିନ୍ତାଧାରା ସମେତ ଡାରଉଉନଙ୍କ ବିବର୍ତ୍ତନ ତତ୍ତ୍ବ ଇସଲାମିକ ସାରିଆର ବିରୁଦ୍ଧାଚରଣ କରୁଛି । ପୁରୁଷଙ୍କ ତୁଳନାରେ ମହିଳାମାନେ କମଜୋର। ପୁରୁଷଙ୍କ ସହ ମହିଳାଙ୍କୁ କୌଣସି ପ୍ରକାର ତୁଳନା ଗ୍ରହଣୀୟ ନୁହେଁ । ମହିଳାଙ୍କ ଅଧିକାର ସମ୍ପର୍କରେ ପ୍ରଫେସର ଅଭିଭାଷଣ ଦେବା ପରେ ତାଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ମୁସଲିମ ଧର୍ମଗୁରୁ ।

ଏହାକୁ ନେଇ ଇସଲାମ ଧର୍ମ ବିରୋଧରେ ପ୍ରଫେସର ପ୍ରଚାର ଅଭିଯାନ ଚଳାଇଛନ୍ତି ବୋଲି ତାଙ୍କ ବିରୋଧରେ ଅଭିଯୋଗ ଉଠିଥିଲା। ତେବେ ସମସ୍ତ ଅଭିଯୋଗକୁ ପ୍ରଫେସର ଅଲି ଖଣ୍ଡନ କରିବା ସହ ଶିକ୍ଷା ବ୍ୟବସ୍ଥା ଅନୁସାରେ ସେ ଡାରଉଇନ ତତ୍ତ୍ବକୁ ଗୁରୁତ୍ବ ଦେଉଛନ୍ତି ବୋଲି କହିଥିଲେ। ଏହାକୁ ନେଇ ମୁଲ୍ଲାମାନେ ତାଙ୍କୁ ଭୁଲ ମାଗିବା ଲାଗି ବାଧ୍ୟ କରିବା ସହ କ୍ଷମାପ୍ରାର୍ଥନା ବାର୍ତ୍ତା ପଢିବା ଲାଗି ବାଧ୍ୟ କରିଥିଲେ।

Latest Posts

Don't Miss