spot_img

Latest Posts

ଆଜିଠୁ ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ଭୋଟର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା । ୧୮ବର୍ଷ ହେବାକୁ ଥିବା ଯୁବ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବେ। ଯୁବ ଭୋଟରଙ୍କୁ ତାଲିକାଭୁକ୍ତ କରିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି।

ରାଜ୍ୟରେ ଭୋଟର ଓ ବୁଥ ସଂଖ୍ୟା ବଢିଛି। ରାଜ୍ୟରେ ୩ଲକ୍ଷ ୩ହଜାର ୯୪ ନୂଆ ଭୋଟର ଥିବା ବେଳେ ମୋଟ ଭୋଟରଙ୍କ ସଂଖ୍ୟା ୩କୋଟି ୬ଲକ୍ଷ ୫୫ହଜାର ୨୧୩ ହୋଇଛି। ସେହିପରି ରାଜ୍ୟରେ ମୋଟ ବୁଥ ସଂଖ୍ୟା ୩୭ହଜାର ୮୦୯ ହୋଇଛି। ପୂର୍ବରୁ ୩୭ହଜାର ୬୦୬ ବୁଥ୍ ଥିଲା । voter.eci.gov.inରେ ଭୋଟର ତ୍ରୁଟି ସଂଶୋଧନ କରିପାରିବେ ଜନତା। ଏଥିପାଇଁ ଅନଲାଇନ ଓ ଅଫଲାଇନରେ ଆବେଦନ କରିପାରିବେ। ଫର୍ମ ୬ ଓ ୮ରେ ସଂଶୋଧନ କରିପାରିବେ ଭୋଟର।

Latest Posts

Don't Miss