spot_img

Latest Posts

କୋଠ ଭୋଗ ପାଇଁ ପିପିଲି ଅଞ୍ଚଳରୁ ଶ୍ରୀମନ୍ଦିରକୁ ଗଲା ନଡ଼ିଆ

ପୁରୀ: ପବିତ୍ର କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କ କୋଠ ଭୋଗ ପାଇଁ ପିପିଲି ଅଞ୍ଚଳରୁ ଶ୍ରୀମନ୍ଦିରକୁ ଗଲା ନଡ଼ିଆ। ଗତିଶ୍ବର ପୀଠରୁ ଶ୍ରୀଜୀଉଙ୍କ ପାଇଁ 1800ରୁ ଉର୍ଦ୍ଧ୍ବ ନଡିଆ ପଠା  ଯାଇଛି।ସ୍ୱତନ୍ତ୍ର ଗାଡି ଯୋଗେ ନାମ ସଂକୀର୍ତ୍ତନ କରି  ଶ୍ରୀମନ୍ଦିରକୁ ପଠା ଯାଇଥିଲା ନଡ଼ିଆ। ଚଳିତଥର 1800 ନଡ଼ିଆ ସ୍ୱତନ୍ତ୍ର ଗାଡ଼ି ଯୋଗେ ନାମ ସଂକୀର୍ତ୍ତନ କରି ଆଜି ଶ୍ରୀମନ୍ଦିରକୁ ପଠାଯାଇଛି ! ବିଶେଷକରି କୋଠଭୋଗ ପାଇଁ ପଠାଯାଇଥିବା ନଡ଼ିଆକୁ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଠାରେ ଭାରପ୍ରାପ୍ତ କୋଠଭୋଗ ସହକାରୀଙ୍କୁ ପ୍ରଦାନ କରା ଯାଇଥାଏ। ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟକ୍ଷ ସେବା ପାଇ  ପିପିଲି ଅଞ୍ଚଳର ଶ୍ରଦ୍ଧାଳୁ ନିଜକୁ ବହୁତ  ଭାଗ୍ୟବାନ ମନେ କରୁଥିବା ପ୍ରକାଶ କରିଛନ୍ତି !

Latest Posts

Don't Miss