spot_img

Latest Posts

ହିନ୍ଦୁ, ଇସାଇ, ଇହୁଦି; ସବୁ ଏକାଠି ରହିପାରିବେ, କିନ୍ତୁ ମୁସଲମାନ ନୁହେଁ: ହମାସ ନେତାଙ୍କ ପୁଅ

ନନ୍ଦିଘୋଷ ବ୍ୟୁରୋ: ନିଜେ ଇସଲାମ୍ ସମ୍ପ୍ରଦାୟର ହୋଇ ମଧ୍ୟ କିଛି ଏଭଳି କହିଛନ୍ତି ହମାସ ନେତାଙ୍କ ପୁଅ । ଆତଙ୍କବାଦ ବିରୋଧରେ ଭାରତର ପଦକ୍ଷେପକୁ ଖୁବ୍ ପ୍ରଶଂସା କରିଛନ୍ତି। ବେଦ, ଗୀତା ଓ ଉପନିଷଦର ରାଷ୍ଟ୍ର ଭାରତ ଆତଙ୍କବାଦୀଙ୍କ ବିରୋଧରେ ଛିଡା ହେବା ପାଇଁ ନିବେଦନ କରିଛନ୍ତି ହମାସ ନେତାଙ୍କ ପୁଅ ମୋସାବ ହସନ।

ଆତଙ୍କବାଦୀ ସଙ୍ଗଠନ ହମାସର ପ୍ରତିଷ୍ଠାତା ନେତାଙ୍କ ମଧ୍ୟରେ ଥିଲେ ଶେଖ ହସନ ୟୁସୁଫ୍। ଶେଖ ହସନଙ୍କ ପୁଅ ମୋସାବ ହସନଙ୍କ ଏକ ସାକ୍ଷାତକାରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଇଣ୍ଟରଭ୍ୟୁରେ ସେ ଭାରତ ଏବଂ ଭାରତୀୟ ହିନ୍ଦୁଙ୍କର ଖୁବ୍ ପ୍ରଶଂସା କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି  ମୁସଲମାନ କେବେ ଅନ୍ୟ ସମ୍ପ୍ରଦାୟ ସହ ଏକାଠି ରହିପାରିବେ ନାହିଁ। ଖାସ୍ କଥା ହେଉଛି ସେମାନେ ମିଶିକି ରହିବାକୁ ମଧ୍ୟ ଚାହାଁନ୍ତି ନାହିଁ। କିନ୍ତୁ ହିନ୍ଦୁମାନଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଯାଏ ନାହିଁ। ଇସାଇ ଓ ଇହୁଦି ମଧ୍ୟ ଏକାଠି ରହିପାରନ୍ତି।

ଏଠି ପ୍ରଶ୍ନ ଉଠୁଛି କେବଳ ମୁସଲମାନ ମାନେ କାହିଁକି ହିଂସା ଘଟାଇଥାନ୍ତି। ଆମକୁ ହମାସ ଓ କୌଣସି ପ୍ରକାରର ଇସଲାମିକ ଆନ୍ଦୋଳନକୁ ଶେଷ କରିବାକୁ ପଡିବ। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଇସଲାମିକ ବିଚାରଧାରାକୁ ଛାଡିଦେଇଛି। ଆଉ ହିଂସାକୁ ନାଁ କହିବା ଯୋଗୁଁ ବହୁତ କିଛି ସହିବାକୁ ମଧ୍ୟ ପଡିଛି। ଯାହା ମରିବା ସହ ସମାନ।

ମୋ ନିଷ୍ପତ୍ତି ପାଇଁ ସମସ୍ତେ ମୋତେ ଦୂରେଇ ଦେଇଥିଲେ। ହିଂସା, ରକ୍ତପାତ ଓ ଆତ୍ମଘାତୀ ଆକ୍ରମଣକୁ ନା କହିବାରୁ ମୋତେ ସଇତାନର ଆଖ୍ୟା ଦିଆଯାଇଥିଲା। ନିୟମ ବାହାରକୁ ଗଲେ ସେମାନେ ସମସ୍ତଙ୍କ ସହ ଏହି ଭଳି କରିଥାନ୍ତି। ମୁଁ ଦୁଇ ପକ୍ଷକୁ ଭଲ ଭାବେ ଜାଣିଛି ସେଥିପାଇଁ ଆମକୁ ଇସ୍ରାଏଲ୍ ପାଇଁ ଛିଡା ହେବାକୁ ପଡିବ ।

ୟୁସୁଫ ଆହୁରି କହିଛନ୍ତି, ହମାସର ମାନସିକତାକୁ ମୂଳପୋଛ କରିବାକୁ ପଡିବ । ସେମାନଙ୍କୁ ଚେତେଇବାକୁ ପଡିବ ଜୀବନ ଜିଇଁବାର ପନ୍ଥା ଏହା ନୁହେଁ । ପୃଥିବୀ କେବଳ ହମାସ କି ମୁସଲମାନଙ୍କ ନୁହେଁ ।

ମୋସାବ, ହମାସ ଛାଡିବା ପରେ ପ୍ରାୟ ୧୦ ବର୍ଷ ଯାଏଁ ସିନ ବେଟଙ୍କ ପାଇଁ କାମ କରିଥିଲେ । ସିନ ବେଟ ହେଉଛି ଇସ୍ରାଇଲର ଅନ୍ତରୀଣ ସୁରକ୍ଷା ଏଜେନ୍ସି । ଯାହା ହମାସର ଗତିବିଧି ଉପରେ ନଜର ରଖିଥାଏ । ତେବେ ମୋସାବନେ ଏବେ ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରିଥିବା ବେଳେ ଆମେରିକାରେ ରହୁଛନ୍ତି ।

Latest Posts

Don't Miss