spot_img

Latest Posts

ଝାଡୁ ନା ବାସନ; ଧନତେରାସରେ ଘରକୁ କ’ଣ ଆଣିଲେ ଶୁଭ…

କାର୍ତ୍ତିକ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିରେ ଧନତେରାସ ପର୍ବ ପାଳନ କରାଯାଏ। ଚଳିତ ବର୍ଷ ଏହି ପର୍ବ ନଭେମ୍ବର ୧୦ ତାରିଖ ଦିନ ପାଳନ କରାଯିବ। ଏହି ଦିନ ଭଗବାନ ଧନନ୍ତ୍ୱରୀ ଓ ଭଗବାନ କୁବେରଙ୍କୁ ପୂଜା କରାଯାଏ। ଏହି ଦିନ ବାସନ ଓ ନୂଆ ଜିନିଷ କିଣିବାର ଏକ ପ୍ରଥା ରହିଛି। ସୁନା, ରୂପା ଏବଂ ପିତ୍ତଳର ବାସନକୁସନ କିଣିବା ସହିତ ଏହିଦିନ ଝାଡୁ କିଣିବାର ମଧ୍ୟ ପରମ୍ପରା ରହିଛି।

କୁହାଯାଏ ଯେ, ଧନତେରାସ ଦିନ କିଣାଯାଇଥିବା ପ୍ରତ୍ୟେକଟି ଜିନିଷ ବର୍ଷ ତମାମ ଶୁଭ ଫଳ ଦେଇଥାଏ । ତେବେ ଜାଣନ୍ତୁ ସୁନା ଓ ରୁପା ବ୍ୟତୀତ ଏମିତି କେଉଁ ଜିନିଷ କିଣିଲେ ବର୍ଷ ତମାମ ଶୁଭ ଫଳ ମିଳିବ…

ଝାଡୁ: ଝାଡୁକୁ ମାଆ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମନେ କରାଯାଏ । ମାନ୍ୟତା ରହିଛି ଯେ, ଧନତେରାସ ଦିନ ଝାଡୁ କିଣିବା ଦ୍ୱାରା ଘରେ ମାଆ ଲକ୍ଷ୍ମୀଙ୍କ ଆବାହନ ହୋଇଥାଏ । ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଧନତେରାସ ଦିନ ନିଶ୍ଚୟ ଝାଡ଼ୁ କିଣନ୍ତୁ । ମାନ୍ୟତା ରହିଛି ଯେ ଝାଡୁ କିଣିବା ଦ୍ୱାରା ନକାରାତ୍ମକ ଶକ୍ତି ଗୁଡ଼ିକ ନଷ୍ଟ ହୋଇ ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ଝାଡୁକୁ ଘରର ସୁଖ ସମୃଦ୍ଧିର କାରକ ବୋଲି ମନେ କରାଯାଏ । ସେଥିପାଇଁ ଧନତେରାସ ଦିନ ଝାଡୁ କିଣଇବାକୁ ଶୁଭ ମନେ କରାଯାଏ ।

ବାସନ: ଧନତେରାସ ଦିନରେ ବାସନ କିଣିବାର ଏକ ପରମ୍ପରା ମଧ୍ୟ ଅଛି, କିନ୍ତୁ କେଉଁ ଧାତୁ ବାସନ କିଣାଯିବ ସେବାବଦରେ ଅଧିକାଂଶ ଲୋକ ଜାଣିନଥାନ୍ତି । ଯଦି ଆପଣଙ୍କର ସନ୍ଦେହ ଅଛି, ତେବେ ପିତ୍ତଳ ବାସନ କିଣନ୍ତୁ ଏବଂ ଏହାକୁ ଆପଣଙ୍କ ଘରର ପୂର୍ବ ଦିଗରେ ରଖନ୍ତୁ । ଧାନତେରାସରେ ମଧ୍ୟ ଅନେକ ସୁନା ଓ ରୂପା ଜିନିଷ କିଣାଯାଏ । ଯଦି ଆପଣ ମଧ୍ୟ ଏହି ପର୍ବରେ ସୁନା ଏବଂ ରୂପା ଜିନିଷ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏଥିରେ କିଛି କଥା ଉପରେ ଧ୍ୟାନ ଦେବା ଆବଶ୍ୟକ ।

ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି: ଦୀପାବଳି ଦିନ ଲକ୍ଷ୍ମୀ-ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ଆପଣ ଯେକୌଣସି ଧାତୁରେ କିମ୍ବା ମାଟିରେ ତିଆରି ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି କିଣିପାରିବେ। ଯାହାକୁ ପରବର୍ତ୍ତୀ ସମୟରେ ଜଳରେ ପ୍ରବାହିତ କରିବାକୁ ପଡିଥାଏ।

ସୁନା-ରୂପା ମୁଦ୍ରା: ଧନତେରାସ ଦିନ ଦେବୀ ଲକ୍ଷ୍ମୀଙ୍କ ଚିତ୍ର ଥିବା ସୁନା କିମ୍ବା ରୂପା ମୁଦ୍ରା କିଣନ୍ତୁ। ଏହି ଦିନ ମୁଦ୍ରାକୁ ପୂଜାରେ ମଧ୍ୟ ବ୍ୟବହାର କରିପାରିବେ। କାହାକୁ ଉପହାର ସ୍ୱରୂପ ରୂପା ମୁଦ୍ରା ମଧ୍ୟ ଦେଇପାରିବେ ।

Latest Posts

Don't Miss