spot_img

Latest Posts

ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍

ଆନନ୍ଦପୁର: ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍ । ଟଙ୍କା, ସୁନା ଗହଣା ଓ ଦୁଇଟି ମୋବାଇଲ ଲୁଟି ନେଇଛନ୍ତି ଦୁର୍ବୃତ୍ତ। କେନ୍ଦୁଝର ଜିଲ୍ଲା ସୋସୋ ଥାନା ଆମ୍ବଗଡ଼ିଆ କେନାଲ ବନ୍ଧ ନିକଟରେ ଏହି ଲୁଟ୍ ହୋଇଛି। ପଢ଼ିଆରୀ ପଲ୍ଲୀ ହାଇସ୍କୁଲ ଶିକ୍ଷୟିତ୍ରୀ ନିବେଦିତା ପାତ୍ର ନିଜ ଗାଁ ମଟରା ଗଡ଼ିଆରୁ ସ୍କୁଟିରେ ସ୍କୁଲକୁ ଯାଉଥିବା ସମୟରେ ତିନିଜଣ ଯୁବକ ଏକ କଳା ରଙ୍ଗର ପଲସରରେ ଆସି ତାଙ୍କୁ ଅଟକାଇଥିଲେ । ଶିକ୍ଷୟିତ୍ରୀ ନିବେଦିତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ସୁନାଚେନ, ମୁଦି, ଦୁଇଟି ମୋବାଇଲ, ନଗଦ ଦୁଇ ହଜାର ଟଙ୍କା  ଲୁଟି ନେଇଛନ୍ତି । ଏପରିକି ସ୍କୁଟିର ଚାବି ମଧ୍ୟ ନେଇଯାଇଛନ୍ତି । ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ଜରିଆରେ ଶିକ୍ଷୟିତ୍ରୀ ନିବେଦିତା ନିଜ ଘରକୁ ସୂଚନା ଦେଇଥିଲେ ।  ଖବର ପାଇ ସୋସୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦିନ ଦ୍ବିପ୍ରହରରେ ଲୁଟ୍ ହୋଇଥିବାବେଳେ ଭୟଭୀତ ହୋଇଛନ୍ତି ସ୍ଥାନୀୟ ଲୋକେ । ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

 

 

Latest Posts

Don't Miss