spot_img

Latest Posts

ରେକର୍ଡ ଭାଙ୍ଗିଲେ କୋହଲି, ଭାବବିହ୍ୱଳ ହେଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ : ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି । ବିଶ୍ବକପର ସେମିଫାଇନାଲରେ କ୍ୟାରିଅରର ୫୦ ତମ ଦିନିକିଆ ଶତକ ହାସଲ କରି ବିଶ୍ବର ସର୍ବାଧିକ ଦିନିକିଆ ଶତକ ହାସଲ କରିଥିବା କ୍ରିକେଟର ହୋଇଛନ୍ତି ବିରାଟ । ବିରାଟଙ୍କ ବିଶ୍ୱ ରେକର୍ଡ ପରେ ସୋସିଆଲରେ ଶୁଭେଚ୍ଛା ଜଣାଇଛନ୍ତି କ୍ରିକେଟର ଭଗବାନ ସଚିନ ତେନ୍ଦୁଲର ।

ସୋସିଆଲ ମିଡିଆ ଏକ୍ସ ଏବଂ ଫେସବୁକରେ ଶୁଭେଚ୍ଛା ଜଣାଇ ବିରାଟଙ୍କ ସହ ବିତାଇଥିବା ପ୍ରଥମ ଦିନର ସ୍ମୃତିକୁ ମନେ ପକେଇଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର  । ସେ ପୋଷ୍ଟରେ ଲେଖିଛନ୍ତି ଯେ, ‘ଯେଉଁଦିନ ପ୍ରଥମ କରି ତୁମ ସହ ଭାରତୀୟ କ୍ରିକେଟରଙ୍କ ଡ୍ରେସିଂ ରୁମରେ ଦେଖା ହୋଇଥିଲା, ସେଦିନ ଅନ୍ୟ ସହଖେଳାଳି ତୁମକୁ ମୋ ପାଦ ଛୁଇଁବାକୁ ମଜାରେ କହିଥିଲେ ଆଉ ମୁଁ ସେ ମୁହୂର୍ତ୍ତରେ ହସ ରୋକି ପାରି ନଥିଲି । ହେଲେ ଆଜି ତୁମ ଦକ୍ଷତା ଓ କ୍ରିକେଟ ପ୍ରତି ପ୍ରଗାଢ ଅନୁରକ୍ତି ମୋ ହୃଦୟକୁ ସ୍ପର୍ଶ କରିଛି । ମୁଁ ଅତ୍ୟନ୍ତ ଖୁସି ଯେ ସେଦିନର ସେଇ ଯୁବକ ଆଜି ବିରାଟ ଖେଳାଳିରେ ପରିଣତ ହୋଇଛି  । ଜଣେ ଭାରତୀୟ ଖେଳାଳି ମୋ ରେକର୍ଡ ଭାଙ୍ଗିଲେ ତାହାଠାରୁ ବଳି ଖୁସି ଆଉ କଣ ହୋଇପାରେ । ବିଶ୍ୱକପ୍ ସେମିଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାତ୍ ତାହା ପୁଣି ମୋ ଘରୋଇ ଗ୍ରାଉଣ୍ଡରେ । ତୁମର ଏହି ସଫଳତା ମୋ ଖୁସିକୁ ଦୁଇଗୁଣିତ କରିଛି ।’

ସେପଟେ ବିରାଟଙ୍କ ଐତିହାସିକ ଶତକୀୟ ରେକର୍ଡ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ପାଇଁ ଏପରି ଆହୁରି ସମ୍ମାନ ଏବଂ ରେକର୍ଡ ହାସଲ କରିବା ପାଇଁ ପ୍ରୋତ୍ସାହନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶତକ ହାସଲର ରେକର୍ଡ ପାଇଁ ବିରାଟଙ୍କୁ ଶୁଭେଚ୍ଛା ଏବଂ ପ୍ରଶଂସା କରିଛନ୍ତି  । ବିରାଟଙ୍କ ୫୦ତମ ଶତକ ଅନ୍ୟ ଖେଳାଳିଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହ ଭଲ କୀର୍ତ୍ତିମାନ ଖେଳାଳି ଭାବେ ନିଜକୁ ପ୍ରମାଣିତ କରିଛନ୍ତି ବୋଲି ସେ ମୋସିଆଲ ମିଡ଼ିଆ ଏକ୍ସରେ କହିଛନ୍ତି ।

Latest Posts

Don't Miss