spot_img

Latest Posts

ଲଢେଇରେ ଆମକୁ ଟାଣନି, ଇସ୍ରାଏଲ୍-ହମାସ ଯୁଦ୍ଧରେ କିଏ କ’ଣ କହିଲେ, ଜାଣନ୍ତୁ

ତେହରାନ: ଇସ୍ରାଏଲ-ହମାସ ଯୁଦ୍ଧରେ ପ୍ରତ୍ୟକ୍ଷ ଭାବେ ଲଢେଇକୁ ଓହ୍ଲାଇବ ନାହିଁ ଇରାନ । ଇରାନର ବରିଷ୍ଠ ନେତା ଅୟାତୁଲ୍ଲା ଅଲି ଖାମନେ ଚଳିତ ମାସ ଆରମ୍ଭରେ ହାମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ କହିଥିଲେ ଯେ ଅକ୍ଟୋବର ୭ରେ ହୋଇଥିବା ଆତ୍ମଘାତି ଆତଙ୍କବାଦୀ ଆକ୍ରମଣ ବିଷୟରେ ତେହେରାନକୁ ସୂଚନା ଦିଆଯାଇ ନଥିବାରୁ ଇସ୍ରାଏଲ ବିରୋଧରେ ଯୁଦ୍ଧରେ ଭାଗ ନେବୁ ନାହିଁ। ସେପଟେ ଋଷିଆ କୗେଣସି ପ୍ରକାର ଯୁଦ୍ଧରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛି।

ଅନ୍ୟପକ୍ଷରେ, ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେ ଲାବରୋଭ ରୁଷର ଆରଟି ଟେଲିଭିଜନକୁ କହିଛନ୍ତି ଯେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଏକ ପ୍ରମୁଖ ଆଞ୍ଚଳିକ ବିବାଦରେ ପରିଣତ ହେଉ ବୋଲି ଇରାନ, ଲେବାନନ ଓ ହିଜବୁଲ୍ଲା ଚାହୁଁଥିବା ନେଇ ମସ୍କୋକୁ ବିଶ୍ୱାସ ନାହିଁ ।

ଇସ୍ରାଏଲ୍ ଏବଂ ପାଲେଷ୍ଟାଇନର ଆତଙ୍କବାଦୀ ଗୋଷ୍ଠୀ ହାମାସ ମଧ୍ୟରେ ଜାରି ରହିଥିବା ଲଢେଇ ମଧ୍ୟପ୍ରାଚ୍ୟରେ ବ୍ୟାପକ ହୋଇପାରେ। ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଗାଜାରେ ଇସ୍ରାଏଲର ଅଭିଯାନ ପରି ଲେବାନାନର ରାଜଧାନୀ ବେରୁତ ଉପରେ ବୋମା ପକାଇବାକୁ ଧମକ ଦେଇଛନ୍ତି । ସେପଟେ କିଛି ଆମେରିକୀୟ ଇରାନ ଉପରେ ଆକ୍ରମଣ କରିବାକୁ ଅପିଲ୍ କରିଛନ୍ତି ।

Latest Posts

Don't Miss