spot_img

Latest Posts

ବାରଙ୍ଗ ଅଞ୍ଚଳରୁ ୩ ଲୁଟେରା ଗିରଫ

ବାରଙ୍ଗ: ବାରଙ୍ଗ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଲୁଟ କରୁଥିବା ତିନିଜଣ ଲୁଟେରା ଗିରଫ। ଗତ କିଛି ଦିନ ତଳେ ପୁରୀ କେନାଲ ରୋଡ଼ରେ ସାନମୁଣ୍ଡଳୀ ଗାଁର ବିଶ୍ୱଜିତ ବେହେରା ଘରକୁ ଫେରୁଥିବା ବେଳେ ତିନିଜଣ ଲୁଟେରା ଗାଡ଼ି ଅଟକାଇ ତାଙ୍କ ଠାରୁ ୫୦୦ ଟଙ୍କା ଓ ବାଇକ ନେଇଯାଇଥିଲେ।

ସେହିପରି ମାର୍ଥାପୁରର ସୁଦର୍ଶନ ପାଇଟାଲ ନାମକ ଜଣେ ପରିବା ବ୍ୟବସାୟୀଙ୍କଠୁ ଗୋଟିଏ ଫୋନ ଓ ୧୩୦୦ ଟଙ୍କା ଲୁଟିନେଇଥିଲେ ଲୁଟେରା। ଏନେଇ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ କରିବା ସହ ତିନି ଜଣ ଲୁଟେରାଙ୍କୁ ଗିରଫ କରିଥିଲା ।

ସେମାନଙ୍କ ଠାରୁ ନଗଦ ୭୦୦ ଟଙ୍କା, ଦୁଇଟି ମୋବାଇଲ ଓ ୨ ଟି ବାଇକ ଜବତ କରିଛି। ତେବେ ଗିରଫ ଅଭିଯୁକ୍ତ ହେଲେ ଦୀପକ କୁମାର ବେହେରା , ବାଦଲ କୁମାର ରଣା, ଅମାନ ଧନ ରାଜ । ସମସ୍ତ ଅଭିଯୁକ୍ତ ନନ୍ଦନକାନନ ଥାନା ଅଞ୍ଚଳର ହୋଇଥିବା ସୂଚନା।

Latest Posts

Don't Miss