spot_img

Latest Posts

ନାଫେଡ଼ ଦ୍ୱାରା ବିକ୍ରି ହେଉଥିବା ବୁଟ ଡାଲିର ଚୋରା ଚାଲାଣ

ଭୁବନେଶ୍ୱର : ଭୁବନେଶ୍ୱର କେନ୍ଦ୍ର ସରକାରଙ୍କ ପକ୍ଷରୁ ନେଫେଡ଼ ଦ୍ୱାରା ବିକ୍ରି ହେଉଥିବା ବୁଟ ଡାଲିକୁ ଲୋକଙ୍କୁ ବିକ୍ରି ନ କରି ଶୈଳେଶ୍ରୀ ବିହାର ରେ ଥିବା ଏକ ଗ୍ରୋସରି ଦୋକାନରେ ବିକ୍ରି କରିଦେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ବିକ୍ରି ପାଇଁ ଆସିଥିବା ଗାଡି ସହ ବୁଟ ଡାଲି ଓ ଗାଡ଼ି ଡ୍ରାଇଭରକୁ ଅଟକ ରଖିଥିଲେ । ଯାହାକୁ ଜନ ସାଧାରଣ ଙ୍କୁ ବିକ୍ରି କରିବା କଥା ତାକୁ ଦୋକାନ ରେ ବିକ୍ରି କରିଦେଉଥିଲେ ମାଫିଆ । ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ସ୍ଥଳରେ ଜଣେ ବ୍ୟକ୍ତି ପହଞ୍ଚି ବୁଟ ଡାଲି ତାଙ୍କର ବୋଲି ଦାବି କରିଛନ୍ତି। କିନ୍ତୁ ବୁଟ ଡାଲିର ବିଲ୍, GST ବିଲ୍ ମଧ ଦେଖାଇ ପାରି ନାହାଁନ୍ତି। ଫଳରେ କେନ୍ଦ୍ର ସରକାରଙ୍କ ବୁଟ ଡାଲିକୁ କିଏ କିପରି ବିକ୍ରି କରୁଥିଲେ ତାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ? ଯଦି ଡାଲି ଗୁଡିକ କୌଣସି ବ୍ୟକ୍ତିଙ୍କର ତେବେ ତାହା ନାଫେଡ ଗାଡ଼ିରେ କିଭଳି ଚାଲାଣ ହେଉଥିଲା ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି ?

ସେପଟେ କଳା ବଜାରି ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। କମ୍ ଦରରେ ନାଫେଡ ଡାଲି ବିକ୍ରି ଚୋରା ଚାଲାଣ କରି ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି। ଖବର ପାଇ ଚନ୍ଦ୍ରଶେଖରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ।ଗାଡ଼ି ସହ ବୁଟ ଡାଲି ଓ ଡ୍ରାଇଭର କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛି ପୋଲିସ। ନାଫେଡ ଡାଲି ଗାଡ଼ିର ଡ଼୍ରାଇଭର ସନ୍ତୋଷଜନକ ଉତ୍ତର ଦେଇ ପାରି ନାଥିବାରୁ ସନ୍ଦେହ ବଢ଼ିଛି।

Latest Posts

Don't Miss