spot_img

Latest Posts

Aditya-L1 Mission: ସୋଲାର ଓ୍ବିଣ୍ଡ ପାର୍ଟିକଲ ଏକ୍ସପେରିମେଣ୍ଟ ଆକ୍ଟିଭ୍ କଲା ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋକୁ ସଫଳତା। ଆଦିତ୍ୟ ଏଲ-୧ ସାଟେଲାଇଟର ପେଲୋଡ ଆଦିତ୍ୟ ସୋଲାର ଓ୍ବିଣ୍ଡ ପାର୍ଟିକଲ ଏକ୍ସପେରିମେଣ୍ଟ ବା ଆସପେକ୍ସ ନିଜର ଅପରେସନ ଆରମ୍ଭ କରିଛି। ଇସ୍ରୋର ସୂଚନା ଅନୁସାରେ ଆସପେକ୍ସରେ ଦୁଇଟି ଇନଷ୍ଟ୍ରୁମେଣ୍ଟ ରହିଛି। ତାହା ହେଲା ସୋଲାର ଓ୍ବିଣ୍ଡ ଆୟନ ସ୍ପେକ୍ଟୋମିଟର ବା ସ୍ବିସ ଓ ସୁପ୍ରାଥର୍ମାଲ ଆଣ୍ଡ ଏନର୍ଜେଟିକ ପାର୍ଟିକଲ ସ୍ପେକ୍ଟ୍ରୋମିଟର ବା ଷ୍ଟେପସ।

ଗତ ସେପ୍ଟେମ୍ବର ୧୦ରେ ଷ୍ଟେପସ ଇନଷ୍ଟ୍ରୁମେଣ୍ଟ ଆକ୍ଟିଭେଟ ହୋଇଥିବାବେଳେ ଗତ ନଭେମ୍ବର ୨ରୁ ଆକ୍ଟିଭେଟ ହୋଇଥିଲା ସୁଇସ ଇନଷ୍ଟ୍ରୁମେଣ୍ଟ। ୩୬୦ ଡିଗ୍ରୀ ଫିଲ୍ଡ ଭିଉ ଥିବା ଦୁଇଟି ସେନସର ୟୁନିଟ ରହିଛି ସୁଇସ ଇନଷ୍ଟ୍ରୁମେଣ୍ଟରେ। ଏହି ଇନଷ୍ଟ୍ରୁମେଣ୍ଟ ସୌରବାୟୁ ଓ ଆୟନ ତଥା ପ୍ରୋଟନ ଓ ଆଲଫା ପାର୍ଟିକଲ ସମ୍ପର୍କରେ ଗବେଷଣା କରିପାରିବ। ଏହି ଦୁଇ ଇନଷ୍ଟ୍ରୁମେଣ୍ଟ ଜରିଆରେ ସୌରବାୟୁର ଗୁଣବତ୍ତା, ବିଭିନ୍ନ ପ୍ରକ୍ରିୟା, ପୃଥିବୀ ଉପରେ ତାହାର ପ୍ରଭାବ ଆଦି ସମ୍ପର୍କରେ ତଥ୍ୟ ମିଳିପାରିବ।

ଇସ୍ରୋ କହିଛି- ପ୍ରୋଟନ ଓ ଆଲଫା ପାର୍ଟିକଲର ସଂଖ୍ୟା ଅନୁପାତ ଅନୁସାରେ ସୂର୍ଯ୍ୟ-ପୃଥିବୀ ଅନ୍ତର୍ଗତ ଲାଗରେଞ୍ଜ ପଏଣ୍ଟ ଏଲ୧ରେ କରୋନାଲ ମାସ୍ ଇଜେକ୍ସନ ବା ସିଏମଇ ସମ୍ପର୍କରେ ସୂଚନା ମିଳିପାରିବ। ଗତ ସେପ୍ଟେମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଆଦିତ୍ୟ ଏଲ୧କୁ ଉତକ୍ଷେପଣ କରାଯାଇଥିଲା। ପ୍ରାୟ ୧୨୫ଦିନର ଯାତ୍ରା ପରେ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଲାଗରେଞ୍ଜ ପଏଣ୍ଟ ଏଲ୧ରେ ଆଦିତ୍ୟ ଏଲ-୧ ଅବସ୍ଥାପିତ ହେବ। ଆସନ୍ତା ୨୦୨୪ ଜାନୁଆରୀ ୭ରେ ଏହା ଅବସ୍ଥାପିତ ହେବା ଆଶା କରାଯାଇଛି।

Latest Posts

Don't Miss