spot_img

Latest Posts

ଭୁଲ୍ କଲା ସ୍କୁଲ, ଅନ୍ଧକାରରେ ୨ ଛାତ୍ରୀଙ୍କ ଭବିଷ୍ୟତ

ନୂଆଦିଲ୍ଲୀ: ସ୍କୁଲର ଭୁଲ ପାଇଁ ୨ ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର । ୨୦୨୧ ମସିହା ବୋର୍ଡ ପରୀକ୍ଷାରେ କୃତି ଛାତ୍ରୀ ଜଣଙ୍କୁ ଶୂନ ନମ୍ବର ମିଳିଥିଲା । ଦୁଇ ଜଣ ଛାତ୍ରୀଙ୍କ ନାମ ସମାନ ଥିବାରୁ ବୋର୍ଡ ପରୀକ୍ଷାରେ ଶୂନ ନମ୍ବର ମିଳିଥିଲା । ହରିୟାଣା ଗୁରୁଗ୍ରାମର ଏକ ସ୍କୁଲର ଏ ଘଟଣା । ନମ୍ବର ଭୁଲ ପାଇବା ପରେ ଛାତ୍ରୀଜଣଙ୍କ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଚଣ୍ଡୀଗଡ କୋର୍ଟର ନ୍ୟାୟାଧୀଶ ବିକାଶ ବହଲ ମାମଲାର ଯାଞ୍ଚ କରି ସିବିଏସସି ବୋର୍ଡକୁ ଛାତ୍ରୀ ଜଣଙ୍କୁ ନୂଆ ମାର୍କସିଟ୍ ଦେବାକୁ ନିର୍ଦେଶ ଦେଇଛନ୍ତି  । ଏଥି ସହିତ ବିଦ୍ୟାଳୟର ଏପରି ଦାୟିତ୍ୱହୀନତା ପାଇଁ ହାଇକୋର୍ଟ ସ୍କୁଲ ଉପରେ ୩୦ ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି । ସୂଚନା ମୁତାବକ ୨୦୨୧ ଶିକ୍ଷାବର୍ଷରେ କରୋନା ଯୋଗୁଁ ସ୍କୁଲର ଇଣ୍ଟରନାଲ ଆସେସମେଣ୍ଟ ଜରିଆରେ ବୋର୍ଡ ପିଲାଙ୍କୁ ମାର୍କ ପ୍ରଦାନ କରାଯାଇଥିଲା। ଦୁଇ ଜଣଙ୍କ ନାମ ରିୟା ରହିଥିବାରୁ ଏପରି ସ୍ଥିତି ଉପୁଜିଥିଲା। ଫଳରେ କୃତି ଛାତ୍ରୀ ଜଣଙ୍କ ଦ୍ୱାଦଶ ଶ୍ରେଣୀରେ ନାମ ଲେଖାଇବାରୁ ବଞ୍ଚିତ ହୋଇଥିଲେ ।

Latest Posts

Don't Miss