spot_img

Latest Posts

ରାୟଗଡାରେ ମହାବଳ ଆତଙ୍କ, ଗୁହାଳୁରୁ ବାଛୁରିକୁ ଟାଣିନେଲା

ରାୟଗଡ଼ା: ପୁଣି  ମହାବଳର ବାଛୁରି ଶିକାର। ଘଟଣାଟି ଘଟିଛି ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳ ତେମ୍ବାଗୁଡା ଅଞ୍ଚଳରେ। ମହାବଳ ବାଘଟି ତେମ୍ବାଗୁଡା ରାଜେଶ ରାଓଙ୍କ ଗୁହାଳୁରୁ ବାଛୁରିକୁ ଟାଣି ନେଇ ବାଛୁରୀକୁ ମାରିଦେଇଛି। ଘଟଣାସ୍ଥଳରୁ ବାଛୁରିର କିଛି ଗୋଡ଼ଅଂଶ ସହ ରକ୍ତଛିଟା ଓ ମହାବଳ ବାଘର ପାଦଚିହ୍ନ ଠାବ କରିଛି ଗୁଡ଼ାରି ବନ ବିଭାଗ। ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ସରକାରୀ ନିୟମ ଅନୁଯାୟୀ ବାଛୁରୀ ମାଲିକଙ୍କୁ କ୍ଷତିପୂରଣ ଦିଆଯିବା ବୋଲି ରେଞ୍ଜର ଦିଲ୍ଲୀପ ପଟ୍ଟନାୟକ ସୂଚନା ଦେଇଛନ୍ତି। ବର୍ତ୍ତମାନ ବାଘର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ। ଏଥିସହିତ ପାଖ ଗାଁ ଗୁଡିକରେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି।

Latest Posts

Don't Miss