spot_img

Latest Posts

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପରେ କାହିଁକି କ୍ଷମା ମାଗିଲେ ଯୁବ କ୍ରିକେଟର୍ ରିଙ୍କୁ ସିଂହ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଯୁବ କ୍ରିକେଟର ରିଙ୍କୁ ସିଂଙ୍କ ଆକ୍ରମଣାତ୍କକ ଖେଳ ପାଇଁ ସେ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ବଡ଼ ବଡ଼ ସଟ ମାରି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ରିଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟି-୨୦ରେ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି ରିଙ୍କୁ । ଯଦିଓ ଟିମ ଇଣ୍ଡିଆ ଡିଏଲ ମେଥର୍ଡରେ ଏହି ମ୍ୟାଚଟି ହାରି ଯାଇଛି ତଥାପି ରିଙ୍କୁଙ୍କ ଦମଦାର ଇନିଂସ ସମସ୍ତଙ୍କ ବେଶ ମନେ ରହିବ । ତେବେ ଏହି ମ୍ୟାଚରେ ଏକ ଛକା ମାରିବାବେଳେ ମିଡିଆ ଗ୍ୟାଲେରୀରେ ଥିବା ଝକରାର କାଚ ଭାଙ୍ଗି ଦେଇଥିଲା । ମାତ୍ର ଏକଥା ରିଙ୍କୁଙ୍କୁ ଜଣା ନଥିଲା । ତେବେ ପରେ ଯେତେବେଳେ ସେ ଏହି କଥା ଜାଣିଥିଲେ ସେ କ୍ଷମା ମାଗିଥିବା ଦେଖିବାକୁ ମିଳିଥିଲା ।

୩୯ ଟି ବଲରେ ରିଙ୍କୁ ସିଂ ଅପରାଜିତ ୬୮ ରନ୍ ସଂଗ୍ରହ କରିଥିଲେ। ସେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ୭୦ ରନର ଭାଗିଦାରୀ କରିଥିଲେ। ରିଙ୍କୁ ଏବଂ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟରେ ୩୮ ରନର ଭାଗିଦାରୀ ହୋଇଥିଲା | ବିସିସିଆଇ ସୋସିଆଲ ମିଡିଆ ଟ୍ବିଟର (ଏକ୍ସ)ରେ ଏକ ଭିଡିଓ ଅପଲୋଡ୍ କରିଛି ଯେଉଁଥିରେ ରିଙ୍କୁ ସିଂ ଏକ ସାକ୍ଷାତକାର ଦେଉଥିବାର ନଜର ଆସିଛନ୍ତି। ଗ୍ଲାସ ଭାଙ୍ଗିବା ପ୍ରଶ୍ନରେ ରିଙ୍କୁ ସିଂ କହିଛନ୍ତି ଯେ ମୁଁ ଜାଣେ ନାହିଁ ଯେ ଏହା ଘଟିଛି, ମୁଁ ତୁମଠାରୁ ଏହା ଜାଣିଛି। ଏଥିପାଇଁ ମୁଁ ଦୁଃଖିତ । 

Latest Posts

Don't Miss