spot_img

Latest Posts

ତାମିଲନାଡୁରେ ପ୍ରକୃତି ରଚୁଛି ତାଣ୍ଡବ, ଗଲାଣି ୧୦ରୁ ଉର୍ଦ୍ଧ୍ୱ ଜୀବନ

ଚେନ୍ନାଇ: ଥମୁନି ତାମିଲନାଡୁ ବର୍ଷା ବିତ୍ପାତ। ପ୍ରକୃତି ରଚୁଛି ତାଣ୍ଡବ। ଭୀଷଣ ବର୍ଷାରେ ଗଲାଣି ୧୦ରୁ ଉର୍ଦ୍ଧ୍ୱ ଜୀବନ। ଏବେବି ଜଳବନ୍ଦୀ ଘେରରେ ଅଛନ୍ତି ୨୦ ହଜାରରୁ ଅଧିକ ଲୋକ। ବାୟୁ ସେନା ପକ୍ଷରୁ ଜାରି ରହିଛି ଉଦ୍ଧାର କାର୍ଯ୍ୟ। ଦକ୍ଷିଣ ତାମିଲନାଡୁରେ ଲାଗି ରହିଥିବା ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଜୀବନଯାତ୍ରା ଠପ ହୋଇଯାଇଛି।  ଶ୍ରୀବୈକୁଣ୍ଠମ ଏବଂ ଏହାର ଆଖପାଖ ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।

ସେହିପରି କନ୍ୟାକୁମାରୀ, ତିରୁନେଲବେଲି, ଥୁଟିକୁଡ଼ି,ଓ ଟେନକାସୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୪ ଜିଲ୍ଲାର ବର୍ଷା ସ୍ଥିତିକୁ ନେଇ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି। ଜଳବନ୍ଦୀ ଘେରେର ଥିବା ଲୋକଙ୍କୁ ୧୯ଟି ଟ୍ରକ ମାଧ୍ୟମରେ ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଇଛି। ଉଦ୍ଧାରକାର୍ଯ୍ୟରେ ୩ ସେନାର ଯବାନଙ୍କ ସହ ଏନଡିଆରଏଫ, ଏସଡିଆରଏଫ ଏବଂ ରାଜ୍ୟ ପୋଲିସର ଯବାନ ମୁତୟନ ହୋଇଛନ୍ତି। ରିଲିଫ୍ ବୋଟ୍ ସହାୟତାରେ ଲୋକଙ୍କୁ ଉଦ୍ଧାର କରାଯାଉଛି।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ତିରୁନେଭେଲି, ତୁଥୁକୁଡି, କନ୍ୟାକୁମାରୀ, ତେନକାଶୀ ପ୍ରଭାବିତ ଜିଲ୍ଲାର ତ୍ୱରିତ ରକ୍ଷଣାବେକ୍ଷଣ ପାଇଁ ଏମକେ ଷ୍ଟାଲିନ ଜାତୀୟ ବିପର୍ଯ୍ୟୟ ରିଲିଫ ପାଣ୍ଠିରୁ ୨ହଜାର କୋଟି ଟଙ୍କା ସହାୟତା ଦାବି କରିଛନ୍ତି। ଆଗକୁ ତାମିଲନାଡୁରେ ବର୍ଷା ଜାରି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି।

Latest Posts

Don't Miss