spot_img

Latest Posts

୯ ବର୍ଷୀୟ ବାଳିକାକୁ ଅପହରଣ ପରେ ଦୁଷ୍କର୍ମ, ନିଜ ଆଡୁ ମାମଲା ରୁଜୁ କଲା ଦିଲ୍ଲୀ ମହିଳା କମିଶନ

ନୂଆଦିଲ୍ଲୀ: ପୁଣି ଦିଲ୍ଲୀକୁ ଲଜ୍ଜା। ଦିଲ୍ଲୀର ସ୍ବରୂପ ନଗରରେ ଜଣେ ୯ ବର୍ଷ ବାଳିକାକୁ ଅପହରଣ ପରେ ଦୁଷ୍କର୍ମ। କେବଳ ଏତିକିରେ ଥମିଲାନି ପିଶାଚ। ନାବାଳିକାକୁ ହତ୍ୟା କରି କେନାଲରେ ଫୋପାଡି ଦେଇଛି ଅଭିଯୁକ୍ତ ଘର ମାଲିକ। ଅପରାଧୀ ଜଣକ ୫୨ ବର୍ଷ ବୟସ୍କ ହୋଇଥିବା ସୂଚନା ମିଳିଛି।ନାବାଳିକାର ମୃତଦେହକୁ ୬ ଜଣ ବୁଡାଳି ଖୋଜି ବାହାର କରିଛନ୍ତି।

ଗତ ଡିସେମ୍ବର ୧୨ ତାରିଖରେ ଦୁର୍ବୃତ୍ତଜଣକ ଏହି ନାବାଳିକାକୁ କାରରେ ବୁଲାଇ ନେବାକୁ କହି ନେଇଯାଇଥିଲା ଏବଂ ଏକ ନିଛାଟିଆ ଜାଗାରେ ଦୁଷ୍କର୍ମ କରି ହତ୍ୟା କରିଥିଲା। ମୃତଦେହକୁ ମୁନାକ କେନାଲରେ ଫୋପାଡି ଦେଇଥିଲା। ଅଭିଯୁକ୍ତ ଜଣକ ନାଙ୍ଗଲି ପୁନା ଅଞ୍ଚଳରେ ରହୁଥିବା ସୂଚନା ମିଳିଛି। ଅଭିଯୋଗ ମିଳିବା ପରେ ପୋଲିସ ସିସିଟିଭି ଆଧାରରେ ଅଭିଯୁକ୍ତକୁ ଧରିଥିଲା।

ବୟାନ ବେଳେ ଅଭିଯୁକ୍ତ କହିଛି ନାବାଳିକାକୁ ଦୁଷ୍କର୍ମ କରିବା ପରେ ସେ କଥା ଲିକ୍ ହେବା ଭୟରେ ତାକୁ ହତ୍ୟା କରିଥିଲା। ନାବାଳିକାର ବାପାମା ଶ୍ରମିକ ଥିବା ସୂଚନା ମିଳିଛି। ଦିଲ୍ଲୀ ମହିଳା କମିଶନଙ୍କ ପକ୍ଷରୁ ନିଜ ଆଡୁ ମାମଲାକୁ ଗ୍ରହଣ କରାଯାଇ ସ୍ବରୂପ ନଗର ପୋଲିସ ଷ୍ଟେସନକୁ ନୋଟିସ ଜାରି କରାଯାଇଛି।

Latest Posts

Don't Miss