spot_img

Latest Posts

କରୋନା ନୂଆ ଭ୍ୟାରିଆଣ୍ଟ ଜେଏନ-୧କୁ ନେଇ ଭୟଭୀତ ହୁଅନ୍ତୁ ନାହିଁ : ନୀତି ଆୟୋଗ ସଦସ୍ୟ ଭିକେ ପଲ

ନୂଆଦିଲ୍ଲୀ : ପୁଣି ଛାନିଆ କଲାଣି କରୋନା । କୋଭିଡ-୧୯ର ନୂଆ ଭୂତାଣୁ ଏବେ ଭାରତରେ ୩ ରାଜ୍ୟରେ କାୟା ବିସ୍ତାର କରୁଛି। ତେବେ ନୂଆ ଭ୍ୟାରିଆଣ୍ଟ ଜେଏନ-୧କୁ ନେଇ ନୀତି ଆୟୋଗ ସଦସ୍ୟ ଭିକେ ପଲ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି, କରୋନାର ନୂଆ ଭ୍ୟାରିଆଣ୍ଟ ଜେଏନ-୧କୁ ଭୟଭୀତ ହୁଅନ୍ତୁ ନାହିଁ। ନୂଆ ଭ୍ୟାରିଆଣ୍ଟରେ ସଂକ୍ରମିତ ହେଉଥିବା ଲୋକ ବିଶେଷ ଗୁରୁତର ହେଉନାହାନ୍ତି। ଲକ୍ଷଣ ଦେଖାଯାଉଥିବା ଲୋକେ ଘରେ ରହି ଭଲ ହେଉଛନ୍ତି। କେରଳ ମହାରାଷ୍ଟ୍ର ଓ ଗୋଆରେ ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ଆଗକୁ କରୋନା ସଂକ୍ରମଣ ବଢିଲେ ହସ୍ପିଟାଲରେ ରୋଗୀ ସଂଖ୍ୟା ବଢିପାରେ । ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ନୀତି ଆୟୋଗ ସଦସ୍ୟ ଭିକେ ପଲ କହିଛନ୍ତି। ସାରା ବିଶ୍ବରେ ଏହି ଭ୍ୟାରିଆଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ଭାରତରେ ସଂଖ୍ୟା ବହୁତ କମ ରହିଛି।

ଏପଟେ ଗତ ଦୁଇ ସପ୍ତାହରେ କରୋନାରେ ସଂକ୍ରମିତ ହୋଇ ଦେଶରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ସେମାନେ ନୂଆ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇନଥିଲେ। ଏକାଧିକ ରୋଗରେ ପୀଡ଼ିତ ଥିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

Latest Posts

Don't Miss