spot_img

Latest Posts

ହାଇକୋର୍ଟରେ ASO ଚୟନ ଅନିୟମିତତା ମାମଲା: କାଏମ ରହିଲା ମେରିଟ୍ ଲିଷ୍ଟ

କଟକ : ଏଏସଓ ନିଯୁକ୍ତି ପ୍ରକ୍ରିୟା ଚୟନରେ ହୋଇନି ଅନିୟମିତତା। ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ। ପୂର୍ବରୁ ଏହି ମାମଲାରେ ରାୟ ପ୍ରକାଶ କରିଥିବା ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଖାରଜ କରିଛନ୍ତ ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ । ମେରିଟ ଲିଷ୍ଟରେ ପ୍ରକାଶ ପାଇଥିବା ୧୧୦୪ ଜଣଙ୍କ ତାଲିକାକୁ କାଏମ ରଖିଲେ ହାଇଅକୋର୍ଟ। ଯେଉଁଠାରୁ ନିଯୁକ୍ତି ପ୍ରକ୍ରିୟା ବନ୍ଦ ଥିଲା ସେଠାରୁ ନିଯୁକ୍ତି ପ୍ରକ୍ରିୟା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି କହିଛନ୍ତି ହାଇକୋର୍ଟ।

୨୦୨୨ ଅଗଷ୍ଟ ୨୭ ତାରିଖରେ ASO ନିଯୁକ୍ତି ନେଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୧ ଲକ୍ଷ ୪୮ ହଜାର ୮୮୮ ଆଶାୟୀ ପରୀକ୍ଷା ଦେଇଥିଲେ। ଏହାପରେ ଓପିଏସସି ପକ୍ଷରୁ ୧୧୦୪ ଜଣ କୃତୀ ପ୍ରତିଯୋଗୀଙ୍କ ତାଲିକା ପ୍ରକାଶ ପାଇଥିଲା। ସାର୍ଟିଫିକେଟ ଯାଞ୍ଚ ଏବଂ ସ୍କିଲ୍ ଟେଷ୍ଟ ପାଇଁ ଖାଲିଥିବା ୭୯୬ ପଦବୀ ଲାଗି ପ୍ରାୟ ଦେଢଗୁଣା ଆଶାୟୀଙ୍କ ତାଲିକା ପ୍ରକାଶ ପାଇଥିଲା। ସାର୍ଟିଫିକେଟ୍ ଯାଞ୍ଚ ଓ ସ୍କିଲ ଟେଷ୍ଟ ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ।

Latest Posts

Don't Miss