ଆରପାରିରେ ଓଡିଶାର ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନ
1 min readଭୁବନେଶ୍ବର: ଆରପାରିରେ ଓଡିଶାର ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନ । ୮୮ ବର୍ଷ ବୟସରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ପତ୍ନୀ ସୁଶୀଲା ରାଜେନ୍ଦ୍ରନ, ଦୁଇ ପୁଅ ଓ ଏକମାତ୍ର ଝିଅ ଥିଲେ ।
୧୯୫୭ ବ୍ୟାଚର IAS ଟପର ତଥା ତାମିଲନାଡୁର ମୁଖ୍ୟ ଶାସନ ସଚିବ ୧୯୯୯ ମସିହାରେ ଓଡିଶାର ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ । ନିଜ ପ୍ରଶାସନିକ କାର୍ଯ୍ୟଶୈଳୀକୁ ବିପର୍ଯ୍ୟୟ ସମୟରେ ସେ ବ୍ୟବହାର କରିଥିଲେ ।
ଗତ ଜୁଲାଇରେ ସେ ନିଜ ଅଟୋବାୟୋଗ୍ରାଫିର ଏକ କପିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଇଥିଲେ । ରାଜ୍ୟପାଳ ଥିବା ସମୟରେ ତିନୋଟି ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ସମ୍ପର୍କ ସବୁବେଳେ ମନେ ରହିବ । ତାଙ୍କ ବିୟୋଗରେ ଏବେକାର ରାଜ୍ୟପାଳ ରଘୁବର ଦାସ ସମବେଦନା ଜଣାଇବା ସହ ଶୋକ ସନ୍ତପ୍ତ ପରିବାରକୁ ଆଶ୍ବସନା ଦେଇଛନ୍ତି ।