spot_img

Latest Posts

ମନୋରମା ମହାନ୍ତି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ, ବଦଳିଲେ ଏଚଆର ବିଶ୍ବାସ

ଭୁୂବନେଶ୍ବର: ବଦଳିଲେ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ। ମନୋରମା ମହାନ୍ତି ହେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦେଶକ । ବର୍ତ୍ତମାନ ଅହମଦାବାଦ ପାଣିପାଗ ବିଭାଗର ନିର୍ଦେଶକ ଅଛନ୍ତି ମନୋରମା ମହାନ୍ତି। ଏଚ ଆର୍ ବିଶ୍ୱାସ ଙ୍କୁ କୋଲକତା ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ବଦଳି କରାଯାଇଛି  ।


ନୂତନ ନିଯୁକ୍ତି ସହିତ ମନୋରମାଙ୍କୁ S ​​ଗ୍ରେଡ୍ କୁ ପଦୋନ୍ନତି ମିଳିଛି ।  ଏ ନେଇ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ମନୋରମା ମହାନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ସମାପ୍ତ କରିବା ପରେ ପାଣିପାଗ ପୂର୍ବାନୁମାନ ବିଭାଗରେ ଯୋଗ ଦେଇଥିଲେ। ଗୁଜୁରାଟକୁ ପ୍ରଭାବିତ କରିଥିବା ଆରବ ସାଗରରେ ବିଭିନ୍ନ ବିପର୍ଯ୍ୟୟର ସଠିକ୍ ଭବିଷ୍ୟବାଣୀରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  ।

୨୦୨୧ ମସିହାରେ ଗୁଜୁରାଟ ଉପକୂଳରେ ଆସିଥିବା ଅତ୍ୟଧିକ ଭୟଙ୍କର ସାଇକ୍ଲୋନିକ୍ ଷ୍ଟର୍ମ ତାଉତେର ଗତିବିଧି ବିଷୟରେ ତାଙ୍କର ସଠିକ୍ ଭବିଷ୍ୟବାଣୀ ପ୍ରଶଂସା ଲାଭ କରିଥିଲା ​​ ।

Latest Posts

Don't Miss