spot_img

Latest Posts

ଏଣିକି ବିନା ପ୍ରେସକ୍ରିପସନରେ ମିଳିବନି କୀଟନାଶକ

ଭୁବନେଶ୍ୱର: ବିନା ପ୍ରେସକ୍ରିପସନରେ ମିଳିବନି କୀଟନାଶକ। ପରିବେଶ, କୃଷି ଓ ଲୋକଙ୍କ ସୁରକ୍ଷାକୁ ନେଇ ଏହି ପଦକ୍ଷେପ ନେଇଛି ଓଡ଼ିଶା। କୃଷି ଓ କୃଷି ସହ ଅନୁବନ୍ଧିତ କ୍ଷେତ୍ର ସମେତ ବୈଜ୍ଞାନିକ, ଓୟୁଏଟି ପରି ଶାଖାରୁ ଏହି ପ୍ରେସକ୍ରିପସନ ଜାରି କରାଯାଇ ପାରିବ। ତେବେ କିଏ ଏହି ପ୍ରେସକ୍ରିପସନ ଦେଇପାରିବେ ଏ ନେଇ ଖୁବଶୀଘ୍ର ଗାଇଡଲାଇନ ଆସିବ।

ଲୋକଙ୍କୁ ସଚେତନ କରିବା ପରେ ଏହାର କାର୍ଯ୍ୟକାରିତା ଧୀରେ ଧୀରେ ବଢିବ। ସେହିପରି ପାରାକୁଏଟ ପରି ଏକ କୀଟନାଶକକୁ ରାଜ୍ୟରେ ସବୁଦିନ ପାଇଁ ବ୍ୟାନ୍ କରିବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ପାରାକୁଏଟ୍ ଯଦି କେହି ଭୁଲ ସେ ବି ସେବନ କରିଦିଏ ତେବେ ମୃତ୍ୟୁ ନିଶ୍ଚିତ। ଏହି କୀଟନାଶକର ଆଣ୍ଟିଡଟ ନାହିଁ।

ଏହା କୃଷି କ୍ଷେତ୍ରରେ ବ୍ୟବହାର ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଏହା ପ୍ରଥମେ ଦୁଇ ମାସ ଓ ପରେ ଅଧିକ ଏକ ମାସ ପାଇଁ ବ୍ୟାନ କରାଯାଇଥିଲା । ଏହାର ରିପୋର୍ଟ ଜିଲ୍ଲା ଓ ଅନ୍ୟ କ୍ଷେତ୍ରରୁ ଆସିଛି। ଏହାକୁ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାରେ ବ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଏ ନେଇ କେନ୍ଦ୍ରକୁ ଚିଠି ଲେଖିଛି ରାଜ୍ୟ। ଦେଶରେ ଏଭଳି ନିୟମ ଜାରି କରିବାରେ ପ୍ରଥମ ରାଜ୍ୟ ହୋଇଛି ଓଡ଼ିଶା।

Latest Posts

Don't Miss