spot_img

Latest Posts

ପୁରୁଷ ବନ୍ଧୁଙ୍କୁ ବିବାହ କଲେ OpenAI ସିଇଓ ସାମ ଅଲ୍ଟମାନ

ନୂଆଦିଲ୍ଲୀ: ଓପନଏଇର ସିଇଓ ସାମ ଅଲ୍ଟମାନ ନିଜ ପୁରୁଷ ବନ୍ଧୁ ଅଲିଭର ମୁଲହେରିନଙ୍କୁ ହାୱାଇରେ ବିବାହ କରିଛନ୍ତି। ଏକ ଛୋଟିଆ ସମାରୋହରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ନିଜେ ସାମ ବିବାହ କରିଥିବା ନେଇ ସ୍ପଷ୍ଟ କରିଛନ୍ତି । ଫଟୋରେ ଅଲ୍ଟମାନ ଏବଂ ମୁଲହେରିନ୍ ବିବାହ ଶପଥ ନେଉଥିବା ଦେଖାଯାଇଛି । ଏହି ଅବସରରେ ଦୁହିଁଙ୍କ ପରିବାର ଏବଂ ବନ୍ଧୁମାନେ ଯୋଗ ଦେଇଥିଲେ।  ଅଲିଭର ମଲହେରିନ ହେଉଛନ୍ତି ଅଷ୍ଟ୍ରେଲିୟାର ସଫ୍ଟୱେୟାର ଇଞ୍ଜିନିୟର। ଗତ ସେପ୍ଟେମ୍ବରରେ ନ୍ୟୁୟର୍କ ମାଗାଜିନକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସାମ୍ ଅଲ୍ଟମାନ କହିଥିଲେ ଯେ ସେ ଏବଂ ମଲହେରିନ ଖୁବଶୀଘ୍ର ସନ୍ତାନ ପ୍ରାପ୍ତି ପାଇଁ ଆଶାବାଦୀ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୫ରେ Open AI ଆରମ୍ଭ ହୋଇଥିଲା । ସାମ୍ ଅଲ୍ଟମ୍ୟାନ୍ ଏବଂ ଗ୍ରେଗ ବ୍ରୋକମ୍ୟାନ୍ ଏକ ଛୋଟିଆ କୋଠରୀରୁ ଏହାକୁ ଆରମ୍ଭ କରିଥିଲେ। ସେହି ସମୟରେ ଏଲନ୍ ମସ୍କ ମଧ୍ୟ ଏହି କମ୍ପାନୀର ଏକ ଅଂଶ ଥିଲେ। କିନ୍ତୁ ୨୦୧୮ ମସିହାରେ ସେ ନିଜକୁ ଓପନ୍ ଏଆଇରୁ ଅଲଗା କରିଥିଲେ। ତେବେ ChatGPT ଲଞ୍ଚ ହେବାପରେ ଅଲ୍ଟମ୍ୟାନ OpenAI ର ଚେହେରା ପାଲଟିଥିଲେ।

Latest Posts

Don't Miss