spot_img

Latest Posts

ଏନଡିଏରେ ସାମିଲ ହୋଇପାରେ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି !

ବ୍ୟୁରୋ ରିପୋର୍ଟ:  ଏନଡିଏରେ ସାମିଲ ହୋଇପାରନ୍ତି ତେଲୁଗୁ ଦେଶମ ନେତା ଚନ୍ଦ୍ରବାବୁ ନାଇଡୁ। ଆଜି ଚନ୍ଦ୍ରବାବୁ ନାଇଡୁ ଦିଲ୍ଲୀ ଯାଉଛନ୍ତି। ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏନଡିଏ ସହ ମେଣ୍ଟ ନେଇ କରିପାରନ୍ତି ଆଲୋଚନା। ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ମଧ୍ଯ ଆଲୋଚନା କରିବେ ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ଏନଡିଏର ପୁରୁଣା ସହଯୋଗୀ ଥିଲେ ଚନ୍ଦ୍ରବାବୁ ନାଇଡୁ। ଦୁଇ ଦଳ ସାଥିରେ ଯିବାକୁ ସହମତି ପ୍ରକାଶ କରିଥିବା ଶୁଣିବାକୁ ମିଳୁଛି।

ତେବେ ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ। ଆନ୍ଧ୍ରରେ ଥିବା ମୋଟ ୨୫ ଲୋକସଭା ଆସନରୁ ୧୦ ଆସନରେ ବିଜେପି ଲଢିବାକୁ ଦାବି କରୁଥିବା ସୂଚନା ମିଳିଛି। ତେବେ ଏନେଇ ଆଲୋଚନା ଜାରି ରହିଛି। ଆଜିର ବୈଠକ ପରେ ବିଜେପି-ଟିଡିପି ମେଣ୍ଟ ନେଇ ଚିତ୍ର ସ୍ପଷ୍ଟ ହେବ। ପୂର୍ବରୁ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଜନସେନା ପାର୍ଟି ପବନ କଲ୍ଯାଣଙ୍କ ସହ ସାକ୍ଷାତ କରିଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ସିଟ ଭାଗବଣ୍ଟା ନେଇ କଥାବାର୍ତ୍ତା ହୋଇଥିଲେ। ଉଭୟଙ୍କ ମଧ୍ଯରେ ସିଟ ଭାଗବଣ୍ଟା ନେଇ ନିଷ୍ପତ୍ତି ସ୍ଥିର ହୋଇଥିବା ଜଣାପଡିଛି। କିଛି ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ଓଲଟାଗଣତି ଆରମ୍ଭ ହୋଇଯାଇଛି ବୋଲି କହିଥିଲେ ଚନ୍ଦ୍ରବାବୁ ନାଇଡୁ।

ଅନ୍ୟପଟେ ୨୦୨୪ ସାଧାରଣ ନିର୍ବାଚନ ସହ ହେବ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ।  YSR କଂଗ୍ରେସ ଗତ ନିର୍ବାଚନରେ ମୋଟ ୧୭୫ ଆସନ ମଧ୍ଯରୁ ୧୫୧ ଆସନ ହାସଲ କରିଥିଲା। ୨୫ ଲୋକସଭା ଆସନ ମଧ୍ଯରୁ ୨୨ ଆସନ ହାସଲ କରିଥିଲା ।

Latest Posts

Don't Miss