spot_img

Latest Posts

ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂଗଠନିକ ସଂପାଦକଙ୍କ ସିଧା ଆଟାକ

ଭୁବନେଶ୍ୱର: ଧର୍ମେନ୍ଦ୍ର କରିଛନ୍ତି ମହାପାପ । ନୟାଗଡ଼ ପରୀ ହତ୍ଯାକାଣ୍ଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧା ଆଟାକ କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ପରୀକୁ ନ୍ଯାୟ ମିଳିବା ପରେ ସୋସିଆଲ ସାଇଟ ଏକ୍ସରେ ଧର୍ମେନ୍ଦ୍ରଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି ପ୍ରଣବ।

ସେ କହିଛନ୍ତି, ପରୀ ହତ୍ୟାକାରୀକୁ ବଞ୍ଚାଇବାକୁ ଧର୍ମେନ୍ଦ୍ର ହୀନଉଦ୍ୟମ କରିଥିଲେ। ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନାମୀଦାମୀ ଓକିଲ ଲଗାଇ ମାମଲାକୁ ବିଳମ୍ବିତ ଆଉ ଦିଗହରା କରିବାକୁ ଉଦ୍ଯମ କରିଥିଲେ। ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ତାଙ୍କ ହୀନକାର୍ଯ୍ୟକୁ ଓଡ଼ିଶାବାସୀ ଦେଖିଛନ୍ତି। ଓଡ଼ିଶା ଇତିହାସରେ ଏଭଳି ନିମ୍ନସ୍ତରର ରାଜନୀତି କେବେ ଦେଖାଯାଇନଥିଲା। ଓଡ଼ିଶାର ରାଜନୀତିକୁ ବହୁ ତଳସ୍ତରକୁ ନେଇଗଲେ ବୋଲି କହି ବର୍ଷିଛନ୍ତି ପ୍ରଣବ। ଗତକାଲିର ରାୟ ପରେ ତାଙ୍କ ଅନ୍ତରାତ୍ମା କିଭଳି ତାଙ୍କୁ ଶାନ୍ତିରେ ରଖାଇ ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ନିଜେ ଆଇନା ସାମ୍ନାରେ ଠିଆ ହୋଇ ନିଜର ଅନ୍ତରାତ୍ମାକୁ ପଚାରନ୍ତୁ। ଆପଣ ଠିକ୍ କରିଛନ୍ତି ନା ଭୁଲ୍ ? ନିରୀହ, ନିଷ୍ପାପ, କୋମଳମତି ପରୀର ହତ୍ୟାକାରୀକୁ ବଞ୍ଚାଇବାକୁ ଯାଇ ଧର୍ମେନ୍ଦ୍ର ମହାପାପ କରିଛନ୍ତି ବୋଲି କହିଛନ୍ତି ପ୍ରଣବ । ସେଥିପାଇଁ ସେ ଓଡ଼ିଶାବାସୀ ବିଶେଷତଃ ଓଡ଼ିଶାର ମାଆମାନଙ୍କ ପାଖରେ କ୍ଷମା ମାଗନ୍ତୁ ଓ ନିଜ ପାପର ପ୍ରାୟଶ୍ଚିତ କରନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।

Latest Posts

Don't Miss