ଗୋଟିଏ ସ୍କୁଲରେ ଅଙ୍ଗନଓ୍ବାଡିରୁ ଯୁକ୍ତ ୨

ଯାଜପୁର: 5T ରୂପାନ୍ତରିତ ଆଧାରରେ ବଦଳୁଛି ସରକାରୀ ସ୍କୁଲର ଚେହେରା। କିନ୍ତୁ ଏପରି ଏକ ସ୍କୁଲ ରହିଛି ଯେଉଁ ଠାରେ ଅଙ୍ଗନୱାଡି ଠାରୁ ଯୁକ୍ତ ଦୁଇ ପାଠ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯାଉଛି। ଅତି ଆକର୍ଷଣୀୟ ଭାବେ ସ୍କୁଲ ନିର୍ମାଣ କରାଯାଉଥିବା ବେଳେ ରାଜ୍ୟର ଏହା ଶ୍ରେଷ୍ଠ 5T ସ୍କୁଲର ମାନ୍ୟତା ପାଇବାକୁ ଯାଉଛି। ଅତ୍ୟାଧୁନିକ ଶୈକ୍ଷିକ ବ୍ୟବସ୍ଥା ସହ ଉଚ୍ଚମାନର ରୂପାନ୍ତରଣ ହୋଇଥିବା ଏହି ସ୍କୁଲ ଆସନ୍ତା ୧୨ ତାରିଖରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଆଉ ଯାହାକୁ ନେଇ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ବିଦ୍ୟାଳୟର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରି ।
ସୁନ୍ଦର ଦିଶୁଛି ସରକାରୀ ସ୍କୁଲ । ଛାତ୍ରଛାତ୍ରୀ ସହ ଅବିଭାବକଙ୍କୁ କରୁଛି ଆକର୍ଷିତ । ଗୋଟି ଛାତ ତଳେ ଅଙ୍ଗନବାଡି ଠାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଶିକ୍ଷାଦାନ ପାଇଁ ବ୍ୟବସ୍ଥା । ମୋ ସ୍କୁଲ ଯୋଜନାରେ ରୂପାନ୍ତରିତ ହୋଇଛି ସ୍କୁଲ । ଯାଜପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଏବେ ରାଜ୍ୟର ଶ୍ରେଷ୍ଠ 5T ସ୍କୁଲ ମଧ୍ୟରେ ପରିଚୟ ପାଇବାକୁ ଯାଉଛି। ୧୯୬୩ ମସିହାରେ ଏହି ସ୍କୁଲ ଜିଲ୍ଲାର ଏକ ସର୍ବପୁରାତନ ସ୍କୁଲ ହୋଇଥିବା ବେଳେ ସଫଳ ଛାତ୍ରଛାତ୍ରୀ ଗଢ଼ିବାରେ ସ୍କୁଲର ଭିନ୍ନ ପରିଚୟ ରହିଛି। ସଂପୂର୍ଣ୍ଣ ନୂଆ ରୂପରେ ଗଢ଼ି ଉଠିଥିବାଏହି ସ୍କୁଲକୁ ଚାହିଁଲେ ଆଖି ଲାଖି ଯାଉଛି। ସ୍କୁଲରେ ଅଙ୍ଗନୱାଡି ଶିକ୍ଷାଦାନ ଠାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଶିକ୍ଷାଲାଭର ସୁବିଧା ରହିଛି। ହାଇସ୍କୁଲରେ ଅତ୍ୟାଧୁନିକ ବିଜ୍ଞାନଗାର,ପାଠାଗାର,ଶୌଚାଳୟ,ପାର୍କି ଏବଂ ଭୋଜନାଳୟ ରହିଛି। ଏପରିକି ସ୍କୁଲ ପରିସରରେ ପୁଡକୋର୍ଟ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି । ଏଭଳି ସୁବିଧା ପାଇଁ ବେଶ ଖୁସି ଥିବା କହିଛନ୍ତି ଛାତ୍ରୀ ।
ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟରେ ରାଜ୍ୟ ବାହାରର ୩ଶହ ଶ୍ରମିକଙ୍କ ନିୟୋଜିତ ହୋଇଛନ୍ତି । ବିଦ୍ୟାଳୟରେ ପ୍ରଥମରୁ ଦଶମ ୩୫୩ ଜଣ ଛାତ୍ରୀ ପାଠପଢ଼ୁଥିବା ବେଳେ ୧୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ତେବେ ଏପରି ମଡେଲ ସ୍କୁଲ ପୁରା ଓଡିଶାରେ ନିଆରା ବୋଲି ଚର୍ଚ୍ଚା ହେଉଛି। ଏପରି ଉଦ୍ୟମ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ,ସ୍ଥାନୀୟ ବିଧାୟକ ଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଦ୍ୟାଳୟର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ।