spot_img

Latest Posts

ଆସନ୍ତାକାଲି ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭାଗ୍ୟ ପରୀକ୍ଷା

ପାଟନା: ଆସନ୍ତାକାଲି ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭାଗ୍ୟ ପରୀକ୍ଷା। ବିଜେପି ଓ ଜେଡିୟୁ ମେଣ୍ଟ ସଦସ୍ଯଙ୍କ ୧୨୮ ରହିଛି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ବିଜେପିର ୭୮, ଜେଡିୟୁର ୪୫, ହାମ-ଏସର ୪ ଓ ଜଣେ ସ୍ବାଧୀନ ବିଧାୟକ ଅଛନ୍ତି। ସେପଟେ ବିରୋଧୀ ମେଣ୍ଟରେ ଅଛନ୍ତି ୧୧୪ ସଦସ୍ୟ। ଆରଜେଡିର ୭୯, କଂଗ୍ରେସର ୧୯, ସିପିଏମଏଲ(ଏଲ)ର ୧୨, ସିପିଏମର ୨ ଓ ସିପିଆଇର ୨ ବିଧାୟକ ଅଛନ୍ତି। କୌଣସି ମେଣ୍ଟରେ ସାମିଲ ହୋଇନି ଏଆଇଏମଆଇଏମ। ଏହି ଦଳର ସଦସ୍ଯ ସଂଖ୍ୟା ମାତ୍ର ଜଣେ।

ତେବେ ବିହାର ବିଧାନସଭାରେ ମ୍ଯାଜିକ ନମ୍ବର ରହିଛି ୧୨୨। ଏହାଠାରୁ ୬ ଜଣ ଅଧିକ ସଦସ୍ଯ ବର୍ତ୍ତମାନ ନୀତୀଶଙ୍କ ସପକ୍ଷରେ ରହିଛନ୍ତି। ଆସ୍ଥାଭୋଟ ପୂର୍ବରୁ ଆଜି ଜେଡିୟୁ ବିଧାୟକମାନଙ୍କ ବୈଠକ ଆହୂତ କରିଛି। ଏହି ବୈଠକରେ ସମସ୍ତ ଜେଡିୟୁ ବିଧାୟକ ସାମିଲ ହେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। କିଛିଦିନ ତଳେ ଆରଜେଡି ମେଣ୍ଟରୁ ଜେଡିୟୁ ଓହରି ଯିବା ପରେ ବର୍ତ୍ତମାନ ବିରୋଧୀ ମେଣ୍ଟର ସଦସ୍ୟଙ୍କ ସଂଖ୍ୟା ରହିଛି ୧୧୪।

Latest Posts

Don't Miss