spot_img

Latest Posts

ସଡ଼କ ଦୁର୍ଘଟଣାରେ ପଞ୍ଚାୟତ ସିରିଜ୍ ଅଭିନେତ୍ରୀଙ୍କ ମୃତ୍ୟୁ

ମୁମ୍ବାଇ: ୱେବ୍ ସିରିଜ୍ ‘ପଞ୍ଚାୟତ ୨’ର ଅଭିନେତ୍ରୀ ଆଞ୍ଚଲ ତିୱାରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଞ୍ଚଲ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍ ସକ୍ରିୟ ଥିଲେ। ଏହି ଦୁର୍ଘଟଣାରେ ମଧ୍ୟ ଅନ୍ୟ ଜଣେ ଭୋଜପୁରୀ ଅଭିନେତ୍ରୀ ସିମରନ୍ ଶ୍ରୀବାସ୍ତବ ଏବଂ କଣ୍ଠଶିଳ୍ପୀ ଛୋଟୁ ପାଣ୍ଡେଙ୍କର ମୃତ୍ୟୁ ଘଟିଛି।

ଏହି ସଡ଼କ ଦୁର୍ଘଟଣାରେ ଭୋଜପୁରୀ ସିନେ ଇଣ୍ଡଷ୍ଟ୍ରିର ୪ ଜଣ ଉଦୀୟମାନ କଳାକାରଙ୍କ ଦେହାନ୍ତ ଘଟିଛି। ରବିବାର ସନ୍ଧ୍ୟାରେ ବିହାରର କେମୁର ସ୍ଥିତ ଦେବକଲି ଗ୍ରାମ ନିକଟ ଜିଟି ରୋଡରେ ଏହି ସଡକ ଦୁର୍ଘଟଣା ହୋଇଥିଲା।

‘ପଞ୍ଚାୟତ ୨’ରେ ମୁଖ୍ୟ ଅଭିନେତ୍ରୀଙ୍କ ସାଙ୍ଗ ଚରିତ୍ରରେ ନଜର ଆସିଥିଲେ। ମୃତକଙ୍କ ମଧ୍ୟରେ ଆଞ୍ଚଲ ତିୱାରୀ, ସିମରନ୍ ଶ୍ରୀବାସ୍ତବ, ପ୍ରକାଶ ରାମ, ଦଦିବଲ ସିଂ, ଅନୁ ପାଣ୍ଡେ, ଶଶି ପାଣ୍ଡେ, ସତ୍ୟ ପ୍ରକାଶ ମିଶ୍ର ଏବଂ ବାଗିଶ ପାଣ୍ଡେ ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ପ୍ରଥମେ ଏସୟୁଭି କାର୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏହି ସମୟରେ ସାମ୍ନା ପଟରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ କାରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ  ଟ୍ରକ୍ ଚାଳକ ଫେରାର ହୋଇଯାଇଥିଲା ।

Latest Posts

Don't Miss