spot_img

Latest Posts

ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ଲାଗି ଜାରି ହେଲା ଆଡଭାଇଜରୀ

ନୂଆଦିଲ୍ଲୀ: ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ଲାଗି ଜାରି ହେଲା ଆଡଭାଇଜରୀ। ଯୁଦ୍ଧରେ ଭାରତୀୟ ନାଗରିକଙ୍କ ପ୍ରତି ବିପଦ ଥିବାରୁ ଏହି ଆଡଭାଇଜରୀ ଜାରି ହୋଇଛି। ଇସ୍ରାଏଲରେ ଲେବାନନ ପଟୁ ହୋଇଥିବା ହମଲାରେ କେରଳର ଜଣେ ବ୍ଯକ୍ତିଙ୍କ ମୃତ୍ଯୁ ହୋଇଛି। ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ଲାଗି ଏହି ଆଡଭାଇଜରୀ ଜାରି କରାଯାଇଛି।

ଭାରତୀୟ ନାଗରିକଙ୍କୁ ତୁରନ୍ତ ସୀମା ଅଂଚଳ ଛାଡି ଦୂରକୁ ଚାଲିଯିବାକୁ କୁହାଯାଇଛି। ଇସ୍ରାଏଲ ସୀମାନ୍ତ ମାର୍ଗଲିଅଟ୍ ଅଂଚଳରେ ହୋଇଥିଲା ହିଜବୁଲ୍ଲା ଆତଙ୍କୀ ହମଲା। ଲେବାନନ ପଟୁ ହିଜବୁଲ୍ଲା ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଆଣ୍ଟି ଟ୍ଯାଙ୍କ ମିସାଇଲ ହମଲାରେ ଭାରତୀୟଙ୍କ ମୃତ୍ଯୁ ଘଟିଛି। ଏଥିରେ ଅନ୍ଯ ୨ ଜଣ ଆହତ ହୋଇଛନ୍ତି। ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ଇସ୍ରାଏଲ କର୍ତ୍ତୃପକ୍ଷଙ୍କ ସହ ସମ୍ପର୍କରେ ଅଛନ୍ତି।

ଆଡଭାଇଜରୀରେ ହେଲ୍ପଲାଇନ ନମ୍ବର ଏବଂ ଇମେଲ୍ ଜାରି କରାଯାଇଛି। ସୋମବାର ଆକ୍ରମଣରେ ଭାରତୀୟ ନାଗରିକଙ୍କ ମୃତ୍ଯୁ ଘଟିଥିଲା। ମୃତକ ହେଲେ କେରଳ କୋଲମ ଅଂଚଳର ୩୦ ବର୍ଷୀୟ ଯୁବକ ପ୍ଯାଟନିବିନ ମ୍ଯାକୱେଲ। ଆକ୍ରମଣରେ ଅନ୍ଯ ଦୁଇ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗତ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମଲା କରିଥିଲେ ହମାସ ଆତଙ୍କବାଦୀ। ଏହାପରେ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା ଇସ୍ରାଏଲ।

Latest Posts

Don't Miss