spot_img

Latest Posts

ଏନଡିଏ ମେଣ୍ଟରେ ଏମଏନଏସ୍ ମୁଖ୍ୟ ରାଜ ଠାକରେ ମିଶିବା ନେଇ ଚର୍ଚ୍ଚା

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ବଡ଼ ହଲଚଲ। ପରିବାର ମଧ୍ଯରେ ହେବ ଲଢେଇ। ଏନଡିଏ ମେଣ୍ଟରେ ଏମଏନଏସ୍ ମୁଖ୍ୟ ରାଜ ଠାକରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିବାକୁ ପହଞ୍ଚିଛନ୍ତି ରାଜ ଠାକରେ।  ସିଟ୍ ଭାଗବଣ୍ଟାକୁ ନେଇ ଆଲୋଚନା ହେବା ସମ୍ଭାବନା ରହିଛି। ତେବେ ଏନଡିଏରେ ମିଶିବା ନେଇ ବିଧିବଦ୍ଧ ଘୋଷଣା ବାକି ରହିଛି। MNS ସହ ବିଜେପିର ମେଣ୍ଟ ପରେ ସମୀକରଣକୁ ନେଇ ଆଲୋଚନା ଚାଲିଛି। ଦିନେରୁ ଦୁଇ ଦିନ ମଧ୍ୟରେ ସିନ୍ଧେ ପକ୍ଷ ଶିବସେନା ପ୍ରାର୍ଥୀ ତାଲିକା ଜାରି କରିପାରେ। ସେପଟେ ବିହାରରେ ମଧ୍ୟ ପରିବାର ରାଜନୀତି ଚର୍ଚ୍ଚା ଲାଗି ରହିଛି। ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏଲଜେପି ନେତା ପଶୁପତି ପାରସ। ଆସନ ବଣ୍ଟନରେ ଅବହେଳା ନେଇ ଦଳ ଅନ୍ୟାୟର ସମ୍ମୁଖୀନ ହୋଇଛି ବୋଲି କହିଛନ୍ତି ପଶୁପତି ପାରସ। ବିହାରରେ ଆସନ ଭାଗବଣ୍ଟା ନେଇ ଗତ ଗତକାଲି ଏନଡିଏର ଆସନ ଘୋଷଣା ହୋଇଥିଲା।

ଏଥିରେ ଚିରାଗ ପାସୱାନଙ୍କ ଏଲଜେପିକୁ ୫ ଆସନ ମିଳିଛି। ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ଦାଦା ପଶୁପତି ସୋରେନ। ପଶୁପତି ପାରସଙ୍କ ଦଳକୁ ଗୋଟିଏ ବି ସିଟ୍ ଦେଇନି ଏନଡିଏ। ଆସନ ନମିଳିଲେ ସେ ମନ୍ତ୍ରୀପଦ ଛାଡିବେ ବୋଲି ଘୋଷଣା କରିଥିଲେ। ଆଉ ଘୋଷଣା ମୁତାବକ ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ସେପଟେ ବିଜେପିରେ ସାମିଲ ହେଲେ ଜେଏମଏମ ନେତା ସୀତା ସୋରନ। ଆଜି ଜେଏମଏମରୁ ଇସ୍ତଫା ଦେଇ ସେ ଆଜି ହିଁ ବିଜେପିରେ ଯୋଗ ଦେଇଛନ୍ତି। ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା କହିଛନ୍ତି ସୀତା ସୋରେନ। ଦଳ ଛାଡିବା ସହ ପରିବାର ସହ ସମ୍ପର୍କ ଛିନ୍ନ କରିଛନ୍ତି ସୀତା ସୋରେନ। ଝାରଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ହେଉଛନ୍ତି ସୀତା ସୋରେନ। ଦଳରେ ଅବହେଳା ପ୍ରଦର୍ଶନ କରାଯାଉଥିବା ନେଇ ସେ ଅଭିଯୋଗ କରି ଆସୁଥିଲେ। ସ୍ଵାମୀ ଦୁର୍ଗା ସୋରେନଙ୍କ ମୃତ୍ଯୁ ପରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା ସେ କହିଛନ୍ତି। ଇସ୍ତଫା ଦେବା ଛଡା ତାଙ୍କ ପାଖରେ କୌଣସି ବିକଳ୍ପ ନଥିଲା ବୋଲି କହିଛନ୍ତି ସୀତା ସୋରେନ।

Latest Posts

Don't Miss