spot_img

Latest Posts

ଦାମୋଦର ରାଉତଙ୍କ ବିୟୋଗରେ ବିଜେଡିର ବରିଷ୍ଠ ନେତାଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ସାଂସଦ ମାନସ ମଙ୍ଗରାଜ। ଦାମୋଦର ରାଉତ ଏରସମାରୁ ୫ଥର ଏବଂ ପାରାଦୀପରୁ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଦାମ ରାଉତଙ୍କ ବିୟୋଗ ଓଡ଼ିଶା ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି।ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ସାଂସଦ ମାନସ ମଙ୍ଗରାଜ।

https://twitter.com/manasrmangaraj/status/1771010116583649670

ଦାମୋଦର ରାଉତଙ୍କ ବିୟୋଗରେ ବିଜେଡିର ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି। ବିଜେଡି ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ମଧ୍ୟ ଦାମୋଦର ରାଉତଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ବରିଷ୍ଠ ବିଜେଡ଼ି ନେତା ତଥା ପୁର୍ବତନ ମନ୍ତ୍ରୀ ଦାମ ରାଉତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ଶୋକବ୍ୟକ୍ତ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଶୋକ ପ୍ରକାଶ କରିଛନ୍ତି। ଡାକ୍ତର ଦାମୋଦର ରାଉତଙ୍କ ବିୟୋଗ ଖବର ପାଇ ମର୍ମାହତ ବୋଲି କହିଛନ୍ତି। ଡାକ୍ତର ରାଉତ ଜଣେ ଦୃଢ ମାନସିକ ବ୍ୟକ୍ତି ,ଓଡିଶା ରାଜନୀତିର ଜଣେ ମହାଦ୍ରୁମ। ୭ଥର ବିଧାନସଭାକୁ ନିର୍ବାଚିତ ହେବା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ପଚାଂୟତିରାଜ , ସମବାୟ , କୃଷି ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେ ଜଣେ ବିଜୁ ଅନୁଗାମୀ ଓ ବିଜୁ ଚିନ୍ତାଧାରାର ଦୃଢ ସମର୍ଥକ ଥିଲେ । ତାଙ୍କର ବିୟୋଗ ରାଜ୍ୟ ଓ ରାଜନୀତି ପୀଇଁ ଏକ ଅପୁରଣୀୟ କ୍ଷତି ବୋଲି କହିଛନ୍ତି ଅତନୁ ସବ୍ୟସାଚୀ ନାୟକ। ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି ପାଇଁ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି। ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଶୋକ ପ୍ରକାଶ କରିଛନ୍ତି।

Latest Posts

Don't Miss