spot_img

Latest Posts

କେଜ୍ରିୱାଲଙ୍କ ଗିରଫ ଘଟଣାରେ ଆମେରିକାର ବୈଦେଶିକ ସଚିବଙ୍କ ପ୍ରତିକ୍ରିୟା…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ଘଟଣାରେ ଆମେରିକାର କୂଟନୈତିକ ପ୍ରତିନିଧିଙ୍କୁ ଭାରତର ସମନ ପରେ ପୁଣି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛି ଆମେରିକା। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଭାରତ ନିରପେକ୍ଷ, ସ୍ଵଚ୍ଛତା ସହ ସମୟାନୁବର୍ତ୍ତୀ ଆଇନଗତ ପ୍ରକ୍ରିୟାକୁ ପ୍ରୋତ୍ସାହନ କରିବାକୁ ଗୁରୁତ୍ଵାରୋପ କରିଛି ଆମେରିକା। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆମେରିକା ସତର୍କ ଦୃଷ୍ଟି ରଖିଛି ବୋଲି ପୁଣି କହିଛନ୍ତି ଆମେରିକା ବୈଦେଶିକ ସଚିବ ମାଥ୍ୟୁ ମିଲର।

ଭାରତରେ ଅବସ୍ଥାପିତ ଆମେରିକା କୂଟନୀତିଜ୍ଞ ଗ୍ଲୋରିଆ ବେରବେନାକୁ ଭାରତୀୟ ବୈଦେଶିକ ବିଭାଗ ସମନ କରିବା ପରେ ଏହି ପ୍ରତିକ୍ରିୟା ପ୍ରକାଶ ରଖିଛି ଆମେରିକା। ସମନ ପରେ ବୈଦେଶିକ ବ୍ଯାପାର ବିଭାଗର ସାଉଥ ବ୍ଲକରେ ଦୀର୍ଘ ୪୦ ମିନିଟ ଧରି ଭାରତୀୟ କୂଟନୈତିକ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ଆମେରିକା ପ୍ରତିପକ୍ଷ। ଏହାସହ କଂଗ୍ରେସର ଦଳୀୟ ବ୍ଯାଙ୍କ ଆକାଉଣ୍ଟ ଫ୍ରିଜ୍ ଘଟଣାକୁ ନେଇ ମଧ୍ୟ ଗୁରୁତ୍ଵାରୋପ କରିଛି ଆମେରିକା।

ଦେଶରେ ଏବେ ସାଧାରଣ ନିର୍ବାଚନ ପ୍ରଚାର ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ କଂଗ୍ରେସର ଦଳୀୟ ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍ ଘଟଣା ଉପରେ ମଧ୍ୟ ନଜର ରଖିଥିବା କହିଛି ଆମେରିକା। ଦେଶରେ ସ୍ଵଚ୍ଛ ଓ ଅବାଧ ନିର୍ବାଚନକ ନେଇ ଗୁରୁତ୍ଵାରୋପ କରିଛି ଆମେରିକା। କେଜ୍ରିୱାଲ ଗିରଫ ପ୍ରସଙ୍ଗ ନେଇ ଆମେରିକାର ହସ୍ତକ୍ଷେପ ପରେ ଭାରତ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲା।

Latest Posts

Don't Miss