spot_img

Latest Posts

ବାଇକ ଚୋରି ଘଟଣାରେ ୪ ଇଞ୍ଜିନିୟରିଂ ଛାତ୍ର ଗିରଫ

କେନ୍ଦୁଝର: ବାଇକ ଚୋରି ଘଟଣାରେ ୪ ଇଞ୍ଜିନିୟରିଂ ଛାତ୍ର ଗିରଫ। ଗତ କିଛି ମାସ ହେଲା କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ମୋଟର ସାଇକେଲ ଚୋରି ହେବାରେ ଲାଗିଥିଲା। ଯାହା ପୋଲିସର ମୁଣ୍ଡ ବିନ୍ଧାର କାରଣ ସାଜିଥିଲା।

ଗତ ମାସ ୩୧ ତାରିଖ ତୁରୁମୁଙ୍ଗା ଥାନା ଡେଣୁଆଁ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଏକ ଦାମୀ ମୋଟର ବାଇକ ମାଧପୁର ନିକଟରୁ ଚୋରି ହୋଇଥିଲା। ତଦନ୍ତ କରିବାକୁ ଯାଇ ପୋଲିସ ପହଞ୍ଚିଥିଲା ସହରର ମାଇନିଂ ଅଞ୍ଚଳରେ। ଏକ ଭଡ଼ା ଘରେ ଚଢାଉ କରି ସେଠାରୁ ୪ଟି ବାଇକ ଜବତ କରିବାରେ ସଫଳ ହୋଇଥିଲା ଟାଉନ ପୋଲିସ। ନିଜର ସଉକ ମେଣ୍ଟାଇବାକୁ ବାଇକ ଚୋରି କରୁଥିଲେ ୪ ଇଞ୍ଜିନିୟରିଂ ଛାତ୍ର। ଘରୋଇ ଇଞ୍ଜିନିୟରିଂ କଲେଜରେ ସମସ୍ତେ ପଢୁଥିବା ସୂଚନା।


Latest Posts

Don't Miss