spot_img

Latest Posts

ବିଜେଡ଼ି ସପକ୍ଷରେ ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ଯୁବକଙ୍କୁ ଆକ୍ରମଣ

ଚାନ୍ଦବାଲି: ବିଜେଡ଼ି ସପକ୍ଷରେ ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ଯୁବକଙ୍କୁ ଆକ୍ରମଣ। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ବିଜେପିର ଜଣେ ସମିତି ସଭ୍ୟ ଓ ତାଙ୍କ ଭାଇଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ଖେରଙ୍ଗ ପଞ୍ଚାୟତ ପଳାଶପୁର ଗାଁର ମହେନ୍ଦ୍ର ପାତ୍ର ନାମକ ଯୁବକ ସୋସିଆଲ ମିଡ଼ିଆରେ ବିଜେଡ଼ି ସପକ୍ଷରେ ପୋଷ୍ଟ କରିଥିଲେ।

ବିଜେପିକୁ ପୋଷ୍ଟ ମାଧ୍ଯମରେ ସମାଲୋଚନା କରୁଥିଲେ। ପୋଷ୍ଟ ଦେଖି ଉତକ୍ଷିପ୍ତ ହୋଇ କିଛି ଦିନ ତଳେ ନାଲଗୁଣ୍ଡା ପଞ୍ଚାୟତର ସମିତି ସଭ୍ୟ ଅଭୟ ବଳ ମାଡ଼ ମାରିଥିବାର ଏକ ଲିଖିତ ଅଭିଯୋଗ ହୋଇଥିଲା। ପୁଣି ଗତକାଲି ତାଙ୍କ ଭାଇ ଓ ଅନ୍ୟ ଜଣେ ସହଯୋଗୀ ମହେନ୍ଦ୍ରକୁ ଏକୁଟିଆ ପାଇ ବଜାରରେ ଭୁଜାଲିରେ ଆକ୍ରମଣ କରିଥିଲେ। ଆହତ ଅବସ୍ଥାରେ ତାଙ୍କୁ ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Latest Posts

Don't Miss