spot_img

Latest Posts

ବନ୍ଧା ହେଲା ପ୍ରେମିକ, ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ପରେ କରିଥିଲା ହତ୍ୟା

କେନ୍ଦୁଝର: ଲଭ୍ ସେକ୍ସ ଧୋକା । ପ୍ରଥମେ ପ୍ରେମ ଆଉ ତାପରେ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଲା ପ୍ରେମିକ । ପ୍ରେମିକା ଗର୍ଭବତୀ ହେବା ନେଇ ଜାଣିବା ପରେ ତାକୁ ଘରୁ ଡାକି ନେଇ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା ପ୍ରେମିକ। ଗତ ମଙ୍ଗଳବାର ବଡ଼ବିଲ ଥାନା ସୋୟାବାଲି ଜଙ୍ଗଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାର ଖୁଲାସା କରି ବଡ଼ବିଲ ପୋଲିସ୍ ଏହି ସୂଚନା ଦେଇଛି । ମୃତଦେହ ଚିହ୍ନଟ ହେବା ପରେ ପୋଲିସ୍ ଘଟଣାର ରହସ୍ୟ ଉନ୍ମୋଚନ କରିବା ସହ ହତ୍ୟାକାରୀ ପ୍ରେମିକକୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ସତ୍ୟବାନ ବେହେରାକୁ ଧରି ପୂରା ଘଟଣାର ସିନ୍ ରିକ୍ରିଏସନ କରିଛି ବଡ଼ବିଲ ପୋଲିସ୍ । ମୃତ ଯୁବତୀ ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ବଡ଼ଇନ୍ଦପୁର ଗାଁର ପୁରୁଷୋତ୍ତମ ପଲେଇଙ୍କ ୨୦ବର୍ଷର ଝିଅ ମମତା ପଲେଇ । ଗିରଫ ଅଭିଯୁକ୍ତ ହେଲା ଚମ୍ପୁଆ ଥାନା ରଜିଆ ଅଞ୍ଚଳର ସତ୍ୟବାନ ବେହେରା । ସତ୍ୟବାନ ପୂର୍ବରୁ ବିବାହିତ। ସେ ଏକ ଘରୋଇ ଖଣି ସଂସ୍ଥାରେ ଡ୍ରାଇଭର ଭାବେ କାମ କରୁଥିଲା ଏବଂ ବଡ଼ବିଲ ବସ୍ତି ଅଞ୍ଚଳରେ ଏକ ଭଡ଼ା ଘର ନେଇ ରହି ଆସୁଥିଲା ।

ଅନେକ ସମୟରେ ସେ କାମରେ ବଡ଼ଇନ୍ଦପୁର ଯିବା ଆସିବା କରିବା ଭିତରେ ମମତାଙ୍କ ସହ ତା’ର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବିବାହର ପ୍ରତିଶ୍ରୁତି ଦେଇ ମମତାଙ୍କୁ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା । ପରେ ଗର୍ଭବତୀ ହୋଇଥିଲେ ମମତା । ଦୁଇମାସ ବିତିଯିବାପରେ ବିବାହ ପାଇଁ ନକରିବାକୁ ଜିଦ୍ ଧରି ବସିଥିଲେ ମମତା । କିନ୍ତୁ ଅଭିଯୁକ୍ତ ସତ୍ୟବାନର ଉଦ୍ଦେଶ୍ୟ ଆଉ କିଛି ରହିଥିଲା । ଗତ ୫ ତାରିଖ ସନ୍ଧ୍ୟାରେ ବଡ଼ବିଲ ମହାନ୍ତ ବସ୍ତିର ଜଣେ ବନ୍ଧୁଙ୍କ ବାଇକ୍ ମାଗି ବଡ଼ଇନ୍ଦପୁର ଯାଇ ସେଠାରୁ ବିବାହ କରିବା କଥାଦେଇ ମମତାକୁ ସାଥିରେ ନେଇ ବଡ଼ବିଲ ଆସିଥିଲା ସତ୍ଯବାନ । ବିଳମ୍ବିତ ରାତିରେ ବଡ଼ବିଲ ସାନ୍ତବାହାଳ ଠାରେ ଥିବା ଶିବ ମନ୍ଦିରକୁ ଉଭୟ ଯାଇଥିଲେ । ତେବେ ମନ୍ଦିର ବନ୍ଦ ଥିବା ଫଳରେ ଉଭୟ ମନ୍ଦିର ବାହାରେ ହିଁ ରାତି କାଟିଥିଲେ । ପରଦିନ ଅର୍ଥାତ୍ ୬ ତାରିଖ ସକାଳ ପ୍ରାୟ ୬ ଟା ସମୟରେ ସେ ବନ୍ଧୁଙ୍କ ଠାରୁ ନେଇଥିବା ବାଇକ୍ ଫେରାଇବା ପରେ ଉଭୟ ଚାଲିଚାଲି ସୟାବାଲି ଜଟେଶ୍ୱର ମନ୍ଦିରକୁ ଯାଉଥିଲେ ।

ମାତ୍ର ଜଟେଶ୍ୱର ମନ୍ଦିରକୁ ପହଞ୍ଚିବା ପୂର୍ବରୁ ବାମପଟେ ଥିବା ଏକ ନିଛାଟିଆ ବାଟରେ ମମତାକୁ ନେଇଯାଇଥିଲା ସତ୍ୟବାନ । ଆଉ ତା’ ପରେ ନିର୍ମମ ଭାବରେ ମମତାର ତଣ୍ଟି ଚିପି ହତ୍ୟା କରିଥିଲା । ହତ୍ୟା କରିସାରିବା ପରେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାପାଇଁ ମମତା ଦେହରେ ପଡ଼ିଥିବା ଚୁନରୀକୁ ତା’ର ବେକରେ ବାନ୍ଧି ମାତ୍ର ୩ ଫୁଟ ଉଚ୍ଚତାରେ ଗୋଟିଏ ଗଛରେ ଝୁଲାଇ ଦେଇ ସେଠାରୁ ପଳାଇଥିଲା । ବାଟରେ ସେ କେଉଁଠାରେ ମମତାଙ୍କ ମୋବାଇଲ ଫୋନକୁ ମଧ୍ୟ ଫୋପାଡ଼ି ଦେଇଥିଲା ବୋଲି ପୋଲିସ ସୂଚନା ଦେଇଛି ।  ସକାଳ ପ୍ରାୟ ୧୦ ଟାରୁ ସାଢେ଼ ୧୦ ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଭିଆଇଥିଲା ଧୋକାବାଜ୍ ପ୍ରେମିକ ସତ୍ଯବାନ । ଘଟଣାର ତିନି ଦିନ ପରେ କିଛି ସ୍ଥାନୀୟ ଲୋକ ଜଙ୍ଗଲରେ ମମତାଙ୍କ ଗଳିତ ମୃତଦେହ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଏ ନେଇ ବଡ଼ବିଲ ପୋଲିସ୍ ଦଫା ୩୦୨, ୩୭୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସତ୍ୟବାନ ବେହେରାକୁ କୋର୍ଟ ଚାଲାଣ କରିଛି ।

Latest Posts

Don't Miss