spot_img

Latest Posts

ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ: ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶା, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡର ମୋଟ ୯୬  ଲୋକସଭା ଆସନରେ ହେବ ଭୋଟ । ଆଜିଠୁ ନାମାଙ୍କନ ଆରମ୍ଭ ହେଉଥିବା ବେଳେ ୨୫ ତାରିଖ ଶେଷ ସୁଯୋଗ ରହିଛି। ୨୬ ଏପ୍ରିଲରେ ପ୍ରାର୍ଥୀପତ୍ର ଯାଞ୍ଚ ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହାପରେ ୨୯ ଏପ୍ରିଲ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ଯାହାର କରିହେବ। ୧୩ ମେ’ରେ ଭୋଟଗ୍ରହଣ ହୋଇ ୪ ଜୁନରେ ଫଳାଫଳ ପ୍ରକାଶ ପାଇବ। ଲୋକସଭା ସହ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ବିଧାନସଭା ପାଇଁ ମଧ୍ଯ ଆଜିଠୁ ନାମାଙ୍କର ଦାଖଲ ଆରମ୍ଭ ହେଉଛି।

ସେପଟେ ଆସନ୍ତାକାଲି ଦେଶରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଭୋଟ ଦେବ ୨୧ଟି ରାଜ୍ଯ ଓ କେନ୍ଦ୍ରଶାସିତ ଅଞ୍ଚଳ। ଆସାମ, ବିହାର, ଅରୁଣାଚଳ, ଛତିଶଗଡ଼, ମଧ୍ଯପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ରାଜସ୍ଥାନ, ସିକିମ, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ, ଜାମ୍ମୁ କାଶ୍ମୀର, ଲାକ୍ଷାଦ୍ବୀପ, ପୁଡୁଚେରୀର ୧୦୨ ଲୋକସଭା ଆସନରେ ଭୋଟ ପାଇଁ ସବୁ ପ୍ରସ୍ତୁତି ସରିଛି। ଏହାସହ ଅରୁଣାଚଳ ପ୍ରଦେଶ ଓ ସିକ୍କିମର ବିଧାନସଭା ଲାଗି ହେବ ନିର୍ବାଚନ।  ୨୧ଟି ରାଜ୍ଯ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ମାଓ ପ୍ରଭାବିତ ଅଞ୍ଚଳରେ ଭୋଟ ଲାଗି ସମସ୍ତ ବ୍ଯବସ୍ଥା କରାଯାଇଛି।

Latest Posts

Don't Miss