spot_img

Latest Posts

ପ୍ରକାଶ ପାଇଲା JEE Mains ସେସନ୍‌ ୨ ପରୀକ୍ଷା ଫଳ

ନୂଆଦିଲ୍ଲୀ: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସୀ (NTA) ବୁଧବାର ଇଞ୍ଜିନିୟରିଂ ଆଡମିଶନ ପାଇଁ JEE-Mains ପରୀକ୍ଷାର ଫଳାଫଳ ପ୍ରକାଶ କରିଛି  । ୫୬ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ସ୍କୋର କରିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ତେଲେଙ୍ଗାନାର ବୋଲି କୁହାଯାଉଛି।  ପରୀକ୍ଷାର ଦ୍ୱିତୀୟ ସଂସ୍କରଣ ପାଇଁ ୧୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଶତ ପ୍ରତିଶତ ସ୍କୋର କରିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୧୫ ଜଣ ତେଲେଙ୍ଗାନାର,  ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରୁ ୭ ଜଣ ଏବଂ  ଦିଲ୍ଲୀରୁ ୬ ଜଣ ଅଛନ୍ତି ।

ପରୀକ୍ଷଣର ପ୍ରଥମ ସଂସ୍କରଣ ଜାନୁଆରୀ-ଫେବୃଆରୀରେ ହୋଇଥିବାବେଳେ ଦ୍ୱିତୀୟ ସଂସ୍କରଣ ଏପ୍ରିଲରେ କରାଯାଇଥିଲା। JEE- ମେନ୍‌ ପରୀକ୍ଷାର ଫଳାଫଳ ଆଧାରରେ JEE- ଆଡଭାନ୍ସଡ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ସର୍ଟଲିଷ୍ଟ ହୋଇଛନ୍ତି | ୨୩ଟି ଅଗ୍ରଣୀ ଭାରତୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରେ ଆଡମିଶନ ପାଇଁ JEE- ଆଡଭାନ୍ସଡ୍ ହେଉଛି ଏକ ପରୀକ୍ଷା  ।

ପରୀକ୍ଷା ସମୟରେ ଫର୍ଜି କରିତିବା କାରଣରୁ ୩୯ ଜଣ ପରୀକ୍ଷାର୍ଥୀଙ୍କୁ ତିନି ବର୍ଷ ଧରି JEE-Mains ପାଇଁ ବାରଣ କରାଯାଇଛି। ଏହି ପରୀକ୍ଷା ଆସାମୀ, ବଙ୍ଗାଳୀ, ଇଂରାଜୀ, ଗୁଜରାଟୀ, ହିନ୍ଦୀ, କନ୍ନଡ, ମାଲାୟାଲମ୍, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ଭାଷାରେ ଆୟୋଜିତ କରାଯାଇଥିଲା।

JEE Mains ପରୀକ୍ଷା ଫଳାଫଳ ପାଇଁ ଛାତ୍ରଛାତ୍ରୀମାନେ NTA ୱେବସାଇଟ୍ ପରିଦର୍ଶନ କରିପାରିବେ  । ଫଳାଫଳ ଦେଖିବା ଏବଂ ଡାଉନଲୋଡ୍ କରିବାକୁ ସେମାନଙ୍କର ଆବେଦନ ନମ୍ବର, ଜନ୍ମ ତାରିଖ ଏବଂ ସୁରକ୍ଷା ପିନ ଦେଇପାରିବେ  । ସେହିପରି ନିଜ ରୋଲ୍‌ ନମ୍ବର ମାଧ୍ୟମରେ ମଧ୍ୟ ଫଳାଫଳ ଦେଖିପାରିବେ  ।

Latest Posts

Don't Miss